34.1 C
Bhubaneswar
Thursday, April 2, 2026
Homeଅପରାଧଦୁଷ୍କର୍ମକାରୀକୁ ଜାମିନ ମିଳିବାରୁ ଜୀବନ ହାରିଲେ ପୀଡ଼ିତା

ଦୁଷ୍କର୍ମକାରୀକୁ ଜାମିନ ମିଳିବାରୁ ଜୀବନ ହାରିଲେ ପୀଡ଼ିତା

ମୁମ୍ବାଇ: ଜାମିନ ମିଳିବା ପରେ ଧମକାଉଥିଲା ଦୁଷ୍କର୍ମକାରୀ।  ଡରରେ ଜୀବନ ହାରିଲେ ପୀଡିତା। ମହାରାଷ୍ଟ୍ରରେ ଘଟିଛି ଏଭଳି ଘଟଣା। ଦହିୱାଡି ପୁଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ଅନୁଯାୟୀ, ତସଲିମ ମହମ୍ମଦ ଖାନ ନାମକ ଜଣେ ଯୁବକ ଏକ ବର୍ଷ ପୂର୍ବେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲେ। ଅଭିଯୋଗ ପାଇବା ପରେ ସତରା ନଗର ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତସଲିମ ଖାନଙ୍କୁ ଗିରଫ କରିଥିଲା। ମାତ୍ର କିଛି ମାସ ଜେଲରେ ରହି ସେ ଜାମିନରେ ବାହାରକୁ ଆସିବା ପରେ ପୀଡ଼ିତାଙ୍କୁ ଧମକାଇବା ଆରମ୍ଭ କରିଥିଲେ, ଯାହା ଏବେ ନାବାଳିକାଙ୍କ ମୃତ୍ୟୁର କାରଣ ପାଲଟିଛି।

ସୂଚନା ମୁତାବକ, ଜେଲରୁ ଆସିବା ପରେ ତସଲିମ, ପୀଡିତାଙ୍କୁ ଫୋନ କରି ହତ୍ୟା କରିବାର ଧମକ ଦେଉଥିଲା। ପୀଡିତା ଫୋନ ନମ୍ବର ବ୍ଲକ କରିବାରୁ ଅଭିଯୁକ୍ତ ଅନ୍ୟ ନମ୍ବରରୁ କଲ କରି ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଯେତେବେଳେ ଅଭିଯୁକ୍ତ ପରିବାର ସଦସ୍ୟଙ୍କୁ ହତ୍ୟା କରିବ ବୋଲି ଧମକ ଦେଲା ସେତେବେଳେ ପୀଡିତା ଭୟଭୀତ ହୋଇ ୨୪ ଅଗଷ୍ଟରେ ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ଦହିୱାଡି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତସଲିମ ଖାନକୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking