27.1 C
Bhubaneswar
Wednesday, April 8, 2026
Homeଓଡିଶାଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ

ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ

ଭୁବନେଶ୍ୱରବାସୀଙ୍କ ସ୍ୱପ୍ନର କୋଣାର୍କକୁ ଧୂଳିସାତ କଲେ ମୋହନ ସରକାର: ଯୁବ କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ପୂର୍ଣ୍ଣଛେଦ ଉପରେ ପ୍ରତିକ୍ରିୟା ପ୍ରକାଶ କରାଯାଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଯୋଗଦେଇ କହିଥିଲେ ଯେ ଭୁବନେଶ୍ୱରବାସୀଙ୍କ ସ୍ୱପ୍ନର କୋଣାର୍କକୁ ମୋହନ ସରକାର ଧୂଳିସାତ କରିଦେଲେ । ଦେଶରେ ପାଖାପାଖି ୧୮ ଟି ସହରରେ ମେଟ୍ରୋ ରେଲୱେ ସେବା ରହିଛି । ଓଡ଼ିଶାର ପୂର୍ବ ସରକାର ଭୁବନେଶ୍ୱରରେ ମେଟ୍ରୋ ରେଲୱେ ପାଇଁ ସଂକଳ୍ପ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତାଙ୍କ ସରକାର ଚାଲିଯିବାରୁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ସମ୍ଭବ ହୋଇପାରିଲା ନାହିଁ । ସେହ ସ୍ୱପ୍ନକୁ ମୋହନ ସାକାର କରିବାକୁ ଦେଲା ନାହିଁ । ୨୦୨୪ ଜାନୁଆରୀ ୧ ତାରିଖରେ ୬ ହଜାର ୨୨୫ କୋଟ ଟଙ୍କା ବ୍ୟୟରେ ମେଟ୍ରୋ ପକଳ୍ପ ନିର୍ମାଣ ପାଇଁ ନବୀନ ସରକାର ତ୍ରିଶୁଳିଆ ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ । ଯାହାକି ୨୦୨୩ ଏପ୍ରିଲ ୧ ରେ ୪୮ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ଏହାର ଡିପିଆରକୁ ରାଜ୍ୟ କ୍ୟାବିନେଟ ମଧ୍ୟ ୨୦୨୩ ରେ ଅନୁମୋଦନ କରିଥିଲା । ଭୁବନେଶ୍ୱର ମେଟ୍ରୋ ରେଳବାଇ କର୍ପୋରେସନ ଲିମିଟେଡ଼ ନାମରେ ଏକ ସ୍ୱତନ୍ତ୍ର ସଂସ୍ଥା କରାଯାଇ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ଏହା କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ୨୦ଟି ଷ୍ଟେସନ ରହିବା ସହିତ ତ୍ରିଶୁଳିଆ ଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ୨୬ କି.ମି. ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ୪ ବର୍ଷ ଭିତରେ ଏ କାର୍ଯ୍ୟ ସରିଥାନ୍ତା । ଦିଲ୍ଲୀ ମେଟ୍ରୋ ରେଳବାଇ କର୍ପୋରେସନ ସହିତ ଭୁବନେଶ୍ୱର ମେଟ୍ରୋ ରେଳବାଇ କର୍ପୋରେସନ ଏକ ରାଜିନାମା କରିଥିଲା । ୩୨୬ କୋଟି ଟଙ୍କା ବ୍ୟୟରେ ଦିଲ୍ଲୀ ମେଟ୍ରୋ ରେଳବାଇ ଏହାର କାର୍ଯ୍ୟ ପରିଚାଳନା ପାଇଁ ମୁଖ୍ୟ କନସଲଟାଣ୍ଟ ଭାବେ ଦାୟୀତ୍ୱ ନେଇଥିଲା । ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ପୂର୍ତ୍ତମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଯାହା କହୁଛନ୍ତି ତାଙ୍କ କଥା ସହ ନା ମୁଖ୍ୟମନ୍ତ୍ରୀ ନା ରେଳମନ୍ତ୍ରୀଙ୍କର କୌଣସି ସାମଞ୍ଜସ୍ୟ ରହୁଛି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ମୁଖ୍ୟମନ୍ତ୍ରୀଙ୍କ ଏବଂ ମନ୍ତ୍ରୀଙ୍କ କଥାରେ କୌଣସି ତାଳମେଳ ରହୁନାହିଁ । ପୂର୍ତ୍ତ ମନ୍ତ୍ରୀ ତୁରନ୍ତ ସ୍ପଷ୍ଟି କରଣ ରଖନ୍ତୁ ଯେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ କେବେ ଆରମ୍ଭ ହେବ ଏବଂ କେବେ ଶେଷହେବ । ଯଦି ମେଟ୍ରୋ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ ନକରାଯାଏ ତାହାଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜଧାନୀ ରାସ୍ତାରେ ଯୁବ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ ମୁଖ୍ୟମନ୍ତ୍ରୀ ଏବଂ ପୂର୍ତ୍ତମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ଏବେ ମୋହନ ସରକାର ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ କରିଦେଲେ । ଯୁକ୍ତି ରଖିଲେ ଯେ ଏଥିରେ ଆବଶ୍ୟକ ଲୋକ ଯାତାୟତ କରିବେ ନାହିଁ, ଜାତୀୟ ରେଳବାଇ ନୀତି ଏହା ଖାପ ଖାଉ ନାହିଁ, ଏହାର ପରିଚାଳନାରେ ମଧ୍ୟ ବ୍ୟାପକ କ୍ଷତି ହେବ ଏବଂ ଏସବୁକୁ ବିଚାରକୁ ନେଇ ଡିଏମଆରସି ସହିତ ହୋଇଥିବା ରାଜିନାମାକୁ ବାତିଲ କଲେ । ଯାହା ଫଳରେ ରାଜ୍ୟ ସରକାରଙ୍କର ୨୭୩ କୋଟି ୫୧ ଲକ୍ଷ ଟଙ୍କା ନଷ୍ଟ ହେଲା । ସୁତରାଂ ଭୁବନେଶ୍ୱରବାସୀ ମେଟ୍ରୋ ରେଳପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନକୁ ମୋହନ ସରକାର ଭାଙ୍ଗିଦେଲେ । ଯେହେତୁ ଏହା ଏକ ଡବଲ ଇଞ୍ଜିନ ସରକାର, କେନ୍ଦ୍ରର ସହାୟତ ନେଇ ଏହି ପ୍ରକଳ୍ପର ପୂର୍ଣ୍ଣାଙ୍ଗ କରିହୋଇଥାନ୍ତା । ମାତ୍ର ବିଭିନ୍ନ ଆଳରେ ଏହାକୁ ବନ୍ଦ କରିବା ଦୁର୍ଭାଗ୍ୟଜନକ । ଏହି ସାମ୍ବାଦିକ ସମ୍ମିଳନୀରେ ସୁଦିପ ସାମଲ, ଗୋପନ ମାର୍ଥା, ଜାଭେଦ ଅକତର ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking