30.1 C
Bhubaneswar
Tuesday, October 1, 2024
Homeଓଡିଶାବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ

ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ

ଭୁବନେଶ୍ୱର : ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ । ସବୁଜ ବଦଳରେ ବାଦାମୀ ଡ୍ରେସ୍ ପିନ୍ଧିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ମିଳିବ ଡ୍ରେସ୍ । ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ବଣ୍ଟାଯିବ । ଏସବୁ ସ୍କୁଲଗୁଡ଼ିକୁ ସରକାର ୟୁନିଫର୍ମ ଯୋଗାଇଦେବେ। ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଗଣ ଶିକ୍ଷା ବିଭାଗ ଚିଠି ଲେଖିଥିବା ସୂଚନା ମିଳିଛି। ଗତ ୨୦୨୩ରେ ପୂର୍ବରୁ ଗାଢ ନୀଳ ରଙ୍ଗ ୟୁନିଫର୍ମକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରିଥିଲେ । ଛାତିରେ ଲେଖାଯାଇଥିଲା ‘ଆମେ ଗଢିବୁ ନୂଆ ଓଡିଶା’ । ଏବେ ନୂଆ ସରକାର ଆସିବାପରେ ପୁଣି ବଦଳିବ ୟୁନିଫର୍ମ ରଙ୍ଗ । ପୂର୍ବରୁ ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା ଘୋଷଣା କରାଯାଇଥିଲା । ଏହା ବାଦ କେବଳ ଶନିବାର ପାଇଁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବ୍ଲାକ୍ ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିବାକୁ କୁହାଯାଇଥିଲା । ୧୦୦ ରୁ କମ ଉପସ୍ଥାନ ଥିବା ସ୍କୁଲ ଗୁଡିକରେ ଦୁଇଟି ନିର୍ଦ୍ଧାରିତ ରଙ୍ଗର ଟି-ସାର୍ଟ ପିନ୍ଧିବାକୁ ବି ଛାତ୍ରଛାତ୍ରୀଙ୍କୁ ନିର୍ଦେଶ ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking