ଭୁବନେଶ୍ୱର: ରଜଧାନୀରେ ରାତି ତମାମ ଖୋଲା ରହୁଥିବା ବାର ଓ ପବ୍ମାନଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ କମିଶନର । ଖବର ମୁତାବକ ରଙ୍ଗୀନ ଆଲୁଅ ଭିତରେ ମତୁଆଲା ହେଇ ଯୁବକ ଯୁବତୀ ସୋସିଆଲ ମିଡିଆରେ ଟାଇମ୍ ଲାଇନ୍ ଦେଇ ଭିଡିଓ ପୋଷ୍ଟ କରିବା ପରେ ଆଜି ଏହା ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ରାତି ତମାମ ଖୋଲା ରହୁଥିବା ବାର୍ ଓ ପବ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଅବକାରୀ ଅଫିସରଙ୍କୁ ଅବକାରୀ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଅଫିସର ସଠିକ୍ ଭାବେ କାର୍ଯ୍ୟ କରିବେ ନାହିଁ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।









