15.1 C
Bhubaneswar
Friday, December 19, 2025
Homeଅପରାଧପରକୀୟା ପ୍ରୀତିର କରୁଣ ପରିଣତି; ସ୍ୱାମୀକୁ ମାରି ପୋଡିଦେଲା ସ୍ତ୍ରୀ

ପରକୀୟା ପ୍ରୀତିର କରୁଣ ପରିଣତି; ସ୍ୱାମୀକୁ ମାରି ପୋଡିଦେଲା ସ୍ତ୍ରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିରଟ ହତ୍ୟାକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ରାଜସ୍ଥାନ ଜୟପୁରରେ ଅନୁରୁପ ଭାବେ ଜଣେ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଘଟଣାରେ ଅଭିଯୁକ୍ତ ମହିଳା ଜଣଙ୍କ ଏତିକିରେ ନଅଟକି ନିଜ ସ୍ୱାମୀଙ୍କ ଦେହରେ ନିଆଁ ମଧ୍ୟ ଲଗାଇଦେଇଥିବା ଜଣାପଡିଛି। ତେବେ ପରକିୟା ପ୍ରୀତି ପାଇଁ ସ୍ତ୍ରୀଲୋକ ଜଣଙ୍କ ଏପରି କାଣ୍ଡ ଘଟାଇଛି ବୋଲି ପୋଲିସ ସୂଚନା ପ୍ରଦାନ କରିଛି। ଏହି ହତ୍ୟାକାଣ୍ଡରେ ମୃତ୍ୟୁ ହୋଇଥିବା ଯୁବକର ନାମ ଧନ୍ନାଲାଲ ସାଇନି ହୋଇଥିବା ବେଳେ ସେ ଜୟପୁରର ବିଭିନ୍ନ ଅଞ୍ଚଳରେ ପରିବା ବିକ୍ରି କରନ୍ତି ବୋଲି ଜଣାପଡିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମୃତ ଯୁବକଙ୍କ ସ୍ତ୍ରୀର ନାମ ଗୋପାଳି ଦେବି ବୋଲି ଜଣାପଡିଛି। ଖବର ମୁତାବକ ଗୋପାଳି ଦୀର୍ଘ ପାଞ୍ଚ ବର୍ଷ ହେବ ସ୍ଥାନିୟ ଅଞ୍ଚଳର ଏକ ଲୁଗାଦୋକାନରେ କାମ କରୁଥିବା ଦୀନଦୟାଲ ନାମକ ଅନ୍ୟ ଏକ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ। ତେବେ ଏନେଇ ଧନଲାଲ କିଛି ଜାଣିନଥିବା ବେଳେ ମାତ୍ର କିଛି ଦିନ ତଳେ ତାଙ୍କୁ ଏ ସମ୍ପର୍କରେ ସୂଚନା ମିଳିଥିଲା। ଏ ସମ୍ପର୍କରେ ସୂଚନା ପାଇ ଧନ୍ନାଲାଲ ଗତ ମାର୍ଚ୍ଚ ୧୫ ତାରିଖରେ ଦୀନଦୟାଲ କାମ କରୁଥିବା ଦୋକାନରେ ପହଞ୍ଚି ଥିଲେ।

ଦୋକାନରେ ପହଞ୍ଚିବା ପରେ ଧନ୍ନାଲାଲ ଉଭୟ ଦୀନଦୟାଲ ଓ ଗୋପାଳିଙ୍କୁ ଅଂସଯତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଆଉ ଏହା ପରେ ଏହାକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ହେଲେ ଝଗଡା ମଧ୍ୟରେ ଗୋପାଳି ଦେବୀ ଓ ତାଙ୍କ ପ୍ରେମିକା ଦୀନଦୟାଲ ରାଗରେ ନିଜ ହିତାହିତ ଜ୍ଞାନ ହରାଇ ଧନ୍ନାଲାଲଙ୍କୁ ହତ୍ୟା କରିଥିଲେ। ମାତ୍ର ଏତିକିରେ ଉଭୟଙ୍କ ମନ ଶାନ୍ତ ହୋଇନଥିଲା। ଉଭୟେ ଧନ୍ନାଲାଲଙ୍କ ମୃତଦେହକୁ ମୁଖ୍ୟ ଦୋକାନକୁ ନେଇଯାଇ ସେଠାରେ ଏକ ଲୁହାଛଡରେ ମୁଣ୍ଡକୁ ଛେଚିଦେଇଥିଲେ। ଏହାପରେ ମଧ୍ୟ ମନ ନବୁଝିବାରୁ ସେମାନେ ଏକ ରଶି ସାହାଯ୍ୟରେ ତାଙ୍କ ବେକ ଚାପିଦେଇଥିଲେ। ଏହାପରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ସ୍ପଷ୍ଟ ହେବାପରେ ଉଭୟେ ଧନ୍ନାଲାଲଙ୍କ ମୃତଦହକୁ ଏକ ଅଖାରେ ପୁରାଇ ଏକ ବାଇକ ଯୋଗେ ଭେରୁଜୀ ମନ୍ଦିର ନିକଟବର୍ତ୍ତୀ ଏକାନ୍ତ ଅଞ୍ଚଳକୁ ନେଇଯାଇଥିଲେ। ତେବେ ହତ୍ୟାର ପ୍ରମାଣ ଲୁଚାଇବାକୁ ଉଭୟେ ମୃତଦେହରେ ନିଆଁ ଲଗାଇଦେଇଥିଲେ। ଏହାପରେ ଉଭୟ ଦୀନଦୟାଲ ଓ ଗୋପାଳି ଦେବୀ ଜୟପୁର ଫେରାର ହୋଇଯିବାକୁ ଯୋଜନା କରିଥିଲେଷ ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଉଭୟଙ୍କୁ ଅଧାରାସ୍ତାରୁ ମାଡି ବସିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking