23.1 C
Bhubaneswar
Sunday, March 22, 2026
Homeଓଡିଶାଖୋଲିବ କଟକ ଷ୍ଟେସନର ୨ୟ ପ୍ରବେଶ ଦ୍ୱାର

ଖୋଲିବ କଟକ ଷ୍ଟେସନର ୨ୟ ପ୍ରବେଶ ଦ୍ୱାର

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି ଷ୍ଟେସନର ପ୍ଲାଟଫର୍ମ। ଷ୍ଟେସନର ପଛପଟ ଅର୍ଥାତ୍ ଶିଖରପୁର ପଟେ ଆଜି ଖୋଲିବାକୁ ଯାଉଛି ଶୀତତାପ ନିୟନ୍ତ୍ରିତ ତୃତୀୟ ଗେଟ୍। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ନୂଆ ଗେଟର ଉଦଘାଟନ କରିବେ। ଶିଖରପୁର ପଟ ୩ ନମ୍ବର୍ ଗେଟ୍ ଅତ୍ୟାଧୁନିକ ଢଙ୍ଗରେ ଖୋଲିବାକୁ ଯାଉଛି। ଯାହା ଷ୍ଟେସନକୁ ସିଧାସଳଖ ଜାତୀୟ ରାଜପଥ ସହ ଯୋଡୁଛି। ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଯାତ୍ରୀ ଷ୍ଟେସନରୁ ଓହ୍ଲାଇ ସିଧାସଳଖ ରାଜପଥରୁ ବସ୍ ଧରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।ଅତ୍ୟାଧୁନିକ ପ୍ଲାଟଫର୍ମରେ ଯାତ୍ରୀଙ୍କ ପାଇଁ ୪ଟି ଟିକେଟ କାଉଣ୍ଟର ଥିବା ବେଳେ ଦିବ୍ୟାଙ୍ଗଙ୍କ ପାଇଁ ରହିଛି ସ୍ୱତନ୍ତ୍ର କାଉଣ୍ଟର। ଷ୍ଟେସନ ପରିସରରେ ଅତ୍ୟାଧୁନିକ ଲିଫ୍ଟ୍ ସହ ଏସ୍କାଲେଟର ସୁବିଧା ରହିଛି। ଏଣେତେଣେ ଆବର୍ଜନା ପକାଇଲେ ୨୦୦ ଟଙ୍କା, ଛେପ ପକାଇଲେ ୩୦୦ ଏବଂ ପରିସ୍ରା କଲେ ୪୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବା। ଧୂମ୍ରପାନ କଲେ ୨୦୦ ଟଙ୍କା ଏବଂ କାନ୍ଥ ଖରାପ କଲେ ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ୨୦୨୧ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ୧୫ କୋଟି ଟଙ୍କା ବ୍ୟୟ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking