21.7 C
Bhubaneswar
Monday, February 23, 2026
Homeଦେଶ ବିଦେଶଚୋରି କରିବାକୁ ଆସିଥିଲା ଚୋର , କିଛି ନମିଳିବାରୁ କଲା ଏମିତି କାମ ..

ଚୋରି କରିବାକୁ ଆସିଥିଲା ଚୋର , କିଛି ନମିଳିବାରୁ କଲା ଏମିତି କାମ ..

ମୁମ୍ୱାଇ : ମୁମ୍ୱାଇର ମଲାଡରେ ଆଶ୍ଚର୍ଯ୍ୟକର ମାମଲା ସାମନାକୁ ଆସିଛି। ଜଣେ ଲୁଟେରା ଲୁଟ୍ ଉଦ୍ଦେଶ୍ୟରେ ଏଠାରେ ଏକ ଘରେ ପଶିଥିଲା। ଘରେ ମହିଳା ଏକୁଟିଆ ଥିଲେ। ସେ ପ୍ରଥମେ ପୂରା ଘର ଖୋଲି ଥିଲା। ଯେବେ ତାକୁ କିଛି ମିଳିଲା ନାହିଁ ତ, ସେ ମହିଳାଙ୍କୁ କିସ୍ କରି ଘରୁ ଫେରାର ହୋଇଗଲା। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଚେତାବନୀ ପରେ ତାକୁ ଛାଡ଼ି ଦିଆ ଯାଇଛି। ପୁଲିସ ମୁତାବିକ , ଅଭିଯୁକ୍ତ ନିଜ ପରିବାର ସହ ପୀଡ଼ିତାଙ୍କ ଘର ପାଖରେ ରହେ। ପୁଲିସ କହିଛି କି, ଜଣେ ବ୍ୟକ୍ତିକୁ ଦୁର୍ବ୍ୟବହାର ଓ ଲୁଟପାତ ପ୍ରୟାସର ଅଭିଯୋଗରେ ଗିରଫ କରାଯାଇ ଥିଲା, କିନ୍ତୁ ଚେତାବନୀ ଦେବା ପରେ ତାକୁ ମୁକ୍ତ କରାଯାଇଛି। ଏହି ଘଟଣା ୩ ଜାନୁଆରୀରେ ମଲାଡର କୁରାର ଅଞ୍ଚଳରେ ଘଟିଛି। ୩୮ ବର୍ଷିୟ ପୀଡ଼ିତାଙ୍କ ଅନୁସାରେ , ସେ ଘରେ ଏକୁଟିଆ ଥିଲେ , ସେତେବେଳେ ଚୋରଟି ଘରେ ପଶି ଭିତରୁ ଡୋର ବନ୍ଦ କରି ଦେଲା, ସେ ଏହାର ମୁହଁ ବନ୍ଦ କରି ଦେଲା ଏବଂ ତାଙ୍କୁ ଦାମୀ ଜିନିଷ, ନଗଦ, ମୋବାଇଲ ଓ ଏଟିଏମ୍ କାର୍ଡ ଦେବାକୁ କହିଲା।

ହେଲେ ମହିଳା ଯେତେବେଳେ କହିଲେ, ତାଙ୍କ ଘରେ କୌଣସି ଦାମୀ ଜିନିଷ ନାହିଁ, ତ ଅଭିଯୁକ୍ତ ତାଙ୍କୁ କିସ୍ କରି ଫେରାର ହୋଇଗଲା। ମହିଳା ପରେ କୁରାର ପୁଲିସ ଷ୍େଚସନରେ ଅଭିଯୋଗ ରୁଜୁ କରାଇ ଥିଲେ। ଏହାପରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ସମ୍ୱନ୍ଧିତ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ପରେ, ସେହି ସନ୍ଧ୍ୟାରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୁଲିସ କହିଛି କି, ଅଭିଯୁକ୍ତ ସେହି ଅଞ୍ଚଳରେ ରହୁଛି। ପୁଲିସ ଅଧିକାରୀ କହିଛନ୍ତି କି, ମାମଲାର ଯାଞ୍ଚ କରାଯାଉଛି , ଏହାସହ ସେ ଏହା ମଧ୍ୟ କହିଛନ୍ତି କି, ଅଭିଯୁକ୍ତର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନାହିଁ। ସେ ନିଜ ପରିବାର ସହ ରହୁଛି ଏବଂ ବର୍ତ୍ତମାନ କୌଣସି କାମଧନ୍ଦା କରୁନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking