30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଆଜି ସରୁଛି  ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ

ଆଜି ସରୁଛି  ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ଆଜି ସରୁଛି  ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାଯ୍ୟକାଳ । କୋଭିଡ୍ ମହାମାରୀ ସହ ଦୀର୍ଘ ୬ ବର୍ଷ କାଳ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ଶକ୍ତିକାନ୍ତଙ୍କ ପରେ ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ସମ୍ଭାଳିବେ ଆରବିଆଇ ଗଭର୍ଣ୍ଣର ଦାୟିତ୍ୱ। ତାଙ୍କ ନାଁରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସମ୍ପର୍କିତ କମିଟି। ଆସନ୍ତାକାଲି ଶକ୍ତିକାନ୍ତ ଦାସଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ସଞ୍ଜୟ ମାଲହୋତ୍ରା ହେବେ ଆରବିଆଇର ୨୬ତମ ଗଭର୍ଣ୍ଣର। ଆସନ୍ତା ୩ବର୍ଷ ପାଇଁ ପଦରେ ରହିବେ। ୧୯୯୦ ବ୍ୟାଚ୍ ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଫିସର। ଏବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ରାଜସ୍ୱ ସଚିବ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking