23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶବ୍ୟାସ ସରୋବର ମହୋତ୍ସବର ଦଶମ ସନ୍ଧ୍ୟା

ବ୍ୟାସ ସରୋବର ମହୋତ୍ସବର ଦଶମ ସନ୍ଧ୍ୟା

ଯାଜପୁର: ପୂରlଣ ପ୍ରସିଦ୍ଧ ବ୍ୟାସସରୋବର ମହୋତ୍ସବ ଦଶମ ସନ୍ଧ୍ୟାରେ ପପହଞ୍ଚିଛି । ପୌରାଧ୍ୟକ୍ଷ ସୁବାସ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ ଯୋଗଦେଇ ଅନୁଷ୍ଠାନ ସମସ୍ତଙ୍କର । ମହୋତ୍ସବ ଲୋକମାନଙ୍କ ମଧ୍ୟରେ ଏକତା ଓ ଉତ୍ସାହ ସୃଷ୍ଟି କରିଥାଏ । ସମସ୍ତଙ୍କୁ ନେଇ ମହୋତ୍ସବ ପାଳନ କରାଯାଏ । କଳିଙ୍ଗନଗରରେ ଶିଳ୍ପାଂଚଳ ଗଢି ଉଠିଥିବା ଏହି ସହର ବସବାସ କରିବାକୁ ସ୍ଥାନ ଦେଇଛି । ରାତି ପାହିଲେ ସହରବାସୀ ଧୂଳିଧୂଆଁ ଖାଇ ବିଭିନ୍ନ ରୋଗରେ ଶିକାର ହେଉଥିବାବେଳେ ଖଣିଜ ନ୍ୟାସ ପାଣ୍ଠି ଏଠାରେ ଖର୍ଚ୍ଚ ନହୋଇ ଧର୍ମଶାଳାରେ ଖର୍ଚ୍ଚ ହେବାକୁ ଦୃଢ ବିରୋଧ କରିଥିଲେ । ପ୍ରତିବାଦ ନକଲେ ପ୍ରାପ୍ୟ ପାଇପାରିବେନାହିଁ । ସମସ୍ତେ ଏକତ୍ରିତ ହୋଇ ଏକ ସ୍ୱରରେ ବିରୋଧ କରିବାକୁ ଶ୍ରୀମତୀ ଦେଓ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଯୋଗଦେଇ ସମୟ ସହିତ ତାଳଦେଇ କାର୍ଯ୍ୟ କରିପାରିଲେ ସଫଳତା ମିଳେ ସମସ୍ତଙ୍କୁ ନେଇ ମହୋତ୍ସବ କଲେ ମହୋତ୍ସବର ସଫଳ ହୁଏ ଓ ସମସ୍ତଙ୍କୁ ନେଇ କାର୍ଯ୍ୟ କରିଥିବାରୁ ସଫଳତା ମିଳିଛି ବୋଲି କହିଥିଲେ ।

କିନ୍ତୁ ବବି ଭାଇଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ ଶ୍ରୀମତୀ ଦେଓ କିନ୍ତୁ କୋରେଇ ର ପୂର୍ଵ ତନ ବିଧାୟକ ଡାନି ଭାଇଙ୍କ ନାମ ଧରି ନ ଥିବାରୁ ବବି ଡାନିର କୋରାଇକୁ ନେଇ କଳହ ପଦାକୁ ଆସିଥିଲା ତେବେ ଡାନି ବବିଙ୍କ କଳହରେ ଶ୍ରୀମତୀ ଦେଓ ନିଆଁରେ ଘିଅ ଢ଼ାଳିବା ଭଳି ବୋଲି ସହରରେ ଚର୍ଚ୍ଚା ଚାଲିଛି l ଏହି ଉତ୍ସବକୁ ବବି ଡାନିଙ୍କୁ ନଡ଼ାକିବା ପଛରେ ରହସ୍ୟ ଲୁଚି ରହିଛି ବୋଲି ଚର୍ଚ୍ଚା ଚାଲିଛି l ସମ୍ମାନିତ ଅତିଥି ଭାବେ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ବିଧାୟକ ସୁଜାତା ସାହୁ, , ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ ପ୍ରମୁଖ ଯୋଗଦେଇ ଏହି ପୀଠାର ସଂସ୍କୃତି ଓ ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ । ନିର୍ବାହୀ ଅଧି କାରି ପ୍ରଦୀପ କୁମାର ପାଢୀ ଧନ୍ୟବାଦ ଦେଇଥିଲେ । କାଉନସିଲର ବିଜୟ ଜେନା, କୁନି ହାଁସଦା, ସରୋଜିନୀ ନାୟକ, ରଶ୍ମିତା ଖୁଂଟିଆ, ମୋନାଲିସା ସାହୁ, ସୁଜାତା ପ୍ରିୟଦର୍ଶିନୀ ପରିଡା, ଅଶୋକ ଦାସ, ସରିତା ଜେନା, ସନ୍ତୋଷ ବରାଳ, ବୁଦୁନି ତରାଇ, ସିଦ୍ଧାର୍ଥ ଶଙ୍କର ସାମଲ, ଶିବାନନ୍ଦ ନାୟକ, ଅନ୍ନପୂର୍ଣ୍ଣା ତରାଇ, ଅରୁନ୍ଧତୀ ପରିଡା, ଉର୍ମିଳା ପରିଡା, କୁମୁଦିନୀ ରାଉତ, ପାର୍ଥସାରଥୀ ନାୟକ, ଦିଲ୍ଲୀପ ସେଠୀ, ରବିନ୍ଦ୍ର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା । ବିଜେଡି ସଭାପତି ଅମୁଲ୍ୟ କୁମାର ନାୟକ, ଯୁବନେତା ଅନୁପ ନାୟକ, ପ୍ରଭାତ ସାହୁ, ବିକାଶ ଆଏଚ, ମନୋଜ ପରିଡା, ପ୍ରକାଶ ପରିଡା, ମନୋଜ ରାଉତ, ରଶ୍ମିତା ପଣ୍ଡା, ତପସ୍ୱିନୀ ଶତପଥୀ, ନିରଞ୍ଜନ ରାଉତଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ । ବ୍ୟଙ୍ଗକବି ବାଇଧର ମାଝୀ ମଂଚ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking