26.1 C
Bhubaneswar
Sunday, March 29, 2026
Homeଓଡିଶାରତ୍ନ ଭଣ୍ଡାର ଯାଞ୍ଚ ପାଇଁ ଗଲା ଟିମ୍

ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ଗଲା ଟିମ୍

ପୁରୀ : ଆଜି ଗୁପ୍ତ ରତ୍ନଭଣ୍ଡାର, ସୁଡଙ୍ଗ ଖୋଜିବେ ବିଶେଷଜ୍ଞ ଟିମ୍ । ରତ୍ନଭଣ୍ଡାରରେ ଆଉ କିଛି ରହିଛି କି ନାହିଁ ତାହାର ତଦାରଖ କରିବେ । ଏଏସଆଇ ଏଡିଜି ଜାନଭିଜ ଶର୍ମାଙ୍କ ନେତୃତ୍ୱରେ ଏହାର ଯାଞ୍ଚ ସହ ତଦାରଖ କରାଯିବ । ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଓ ତଦାରଖ କମିଟି ଅଧ୍ୟକ୍ଷ କହିଛନ୍ତି ଯେ ବିଶେଷଜ୍ଞ ଟିମ ଦ୍ୱାରା ଯାଞ୍ଚ କରାଯିବ । ରତ୍ନଭଣ୍ଡାରରେ କିଛି ଅଛି କି ନାହିଁ ତାହାର ତଦାରଖ କରାଯିବ । ଗୁପ୍ତ ରତ୍ନଭଣ୍ଡାର ଓ ସୁଡ଼ଙ୍ଗ ଅଛି କି ନାହିଁ ଟିମ ଯାଞ୍ଚ କରିବ ।  ଏସଓପି ଅନୁସାରେ ରତ୍ନଭଣ୍ଡାର ଯାଞ୍ଚ ବେଳେ ଶ୍ରୀଜିଉଙ୍କ ନୀତିକାନ୍ତିରେ ଯେପରି ବ୍ୟାଘାତ ନ ଘଟେ, ସେଥିପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଅପରାହ୍ନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ସରିବା ପର‌୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ସିଂହଦ୍ୱାର ପଟେ ବାଇଶି ପାହାଚଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିବେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking