24.1 C
Bhubaneswar
Tuesday, February 10, 2026
Homeଓଡିଶାଅଧ୍ୟାପକଙ୍କ କ୍ଲାସ ପିଛା ପାଉଣା ୫୦୦ ଟଙ୍କା

ଅଧ୍ୟାପକଙ୍କ କ୍ଲାସ ପିଛା ପାଉଣା ୫୦୦ ଟଙ୍କା

ଭୁବନେଶ୍ୱର : ସରକାରୀ ଡିଗ୍ରୀ କଲେଜରେ ଅତିଥି ଅଧ୍ୟାପକମାନଙ୍କୁ ପ୍ରତି କ୍ଲାସ ପିଛା ପାଠ ପଢାଇବାପାଇଁ ୫୦୦ ଟଙ୍କା କରି ପାରିଶ୍ରମିକ ମିଳୁଛି । ଏହି ଅଧ୍ୟାପକମାନଙ୍କୁ ମାସିକ ସର୍ବାଧିକ ୨୫,୦୦୦ ଟଙ୍କା ପ୍ରଦାନ କରାଯାଉଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଅଧ୍ୟାପକମାନଙ୍କ ପାଉଣା ସମ୍ପର୍କରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟମାନଙ୍କରେ ଅତିଥି ଅଧ୍ୟାପକମାନଙ୍କୁ ପ୍ରତି କ୍ଲାସ ପାଇଁ ୫୦୦ ଟଙ୍କା ହାସରେ ମାସିକ ସର୍ବାଧିକ ୨୫,୦୦୦ ଟଙ୍କା ପ୍ରଦାନ କରାଯାଉଛି ।

ଅତିଥି ଅଧ୍ୟାପକମାନଙ୍କ ପାରିଶ୍ରମିକ ବଢାଇବା ବିଷୟଟି ସରକାରଙ୍କର ବିଚାରାଧିନ ଅଛି । ମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଖାଲିଥିବା ଅଧ୍ୟାପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଥିବାବେଳେ ଅତିଥି ଅଧ୍ୟାପକ ଓ ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଅତିଥି ଅଧ୍ୟାପକମାନଙ୍କୁ ପ୍ରତି ମାସରେ ସର୍ବାଧିକ ୬୦ଟି କ୍ଲାସ ନେବାପାଇଁ ଅନୁମତି ମିଳୁଛି ଏବଂ ପ୍ରତ୍ୟେକ କ୍ଲାସ ପିଛା ପି.ଏଚଡି ଥିବା ଅତିଥି ଅଧ୍ୟାପକମାନଙ୍କୁ ୧୦୦୦ ଟଙ୍କା ଏବଂ ପି.ଏଚ୍‍ଡି ନଥିବା ଅତିଥି ଅଧ୍ୟପାକମାନଙ୍କୁ ୭୫୦ ଟଙ୍କ ପାରିଶ୍ରମିକ ପ୍ରଦା କରାଯାଉଛି । ତେବେ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ ପାଠ ପଢାଇବାପାଇଁ କୌଣସି ଅତିଥି ଅଧ୍ୟାପକ ନିୟୋଜନ ହୋଇନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତିା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking