31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶ୧୮ ଛାତ୍ରୀଙ୍କ କେଶ କାଟିଲେ ଗୁରୁମା

୧୮ ଛାତ୍ରୀଙ୍କ କେଶ କାଟିଲେ ଗୁରୁମା

ଆନ୍ଧ୍ରପ୍ରଦେଶ: ଭୁଲ୍ କଲେ ଶିକ୍ଷକ-ଶିକ୍ଷୟିତ୍ରୀ ସେମାନଙ୍କୁ ଦଣ୍ଡ ଦେବା କୌଣସି ଅପରାଧ ନୁହେଁ। କିନ୍ତୁ ବେଳେ ବେଳେ ଗୁରୁଜୀ-ଗୁରୁମାଙ୍କର ଦଣ୍ଡ ଦେବାର ଶୈଳୀ ସମାଲୋଚନାର କେନ୍ଦ୍ର ବିନ୍ଦୁ ପାଲଟୁଛି। ଏପରି ଏକ ସଦ୍ୟତମ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶରେ। ପିଲାମାନେ ସ୍କୁଲ୍ ସଭାକୁ ବିଳମ୍ବରେ ଆସିବାରୁ ଗୁରୁମା ସେମାନଙ୍କ କେଶ କାଟି ଦେଇଥିବା ଅଭିଯୋଗ ହୋଇଛି। ଏପରି ଦଣ୍ଡ ଜଣେ କିମ୍ବା ଦୁଇ ଜଣଙ୍କୁ ଦିଆଯାଇ ନାହିଁ, ସ୍କୁଲର ୧୮ ଜଣ ଛାତ୍ରୀଙ୍କ କେଶ କାଟି ଦିଆଯାଇଛି। ସୂଚନା ଅନୁସାରେ, ଏହି ଘଟଣା ଆନ୍ଧ୍ରପ୍ରଦେଶ ଆଲୁରି ସୀତାରାମରାଜୁ ସ୍ଥିତ ଏକ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଘଟିଛି। ବିଦ୍ୟାଳୟର ଶିକ୍ଷୟିତ୍ରୀ ସାଇ ପ୍ରସନ୍ନା ସେମାନଙ୍କ କେଶ କାଟି ଦେଇଥିବା ଅଭିଯୋଗ ଆସିଛି। ସାଇ ପ୍ରସନ୍ନା ମଧ୍ୟ ଛାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ଦାୟିତ୍ୱରେ ଥିଲେ।ଖବର ମୁତାବକ ହଷ୍ଟେଲରେ ପାଣି ନଥିବାରୁ ଛାତ୍ରୀମାନେ ସ୍କୁଲ୍ ସଭାରେ ବିଳମ୍ବରେ ପହଞ୍ଚିଥିଲେ। କିନ୍ତୁ ଗୁରୁମା କିଛି ନ ଶୁଣି ୧୮ ଜଣ ଛାତ୍ରୀଙ୍କ କେଶ କାଟି ଦେଇଥିଲେ। ଏନେଇ ଶିକ୍ଷୟିତ୍ରୀଙ୍କୁ ପଚରା ଯିବାରୁ ସେ ଛାତ୍ରୀମାନଙ୍କ ମଧ୍ୟରେ ଶୃଙ୍ଖଳା ଆଣିବା ପାଇଁ ଏପରି ପଦକ୍ଷେପ ନେଇଥିବା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking