30.1 C
Bhubaneswar
Saturday, July 6, 2024
Homeଅପରାଧଛାତ୍ରଙ୍କ ସହ ଶିକ୍ଷକ ରଖିଲେ ଅପ୍ରାକୃତିକ ଯୌନ ସମ୍ପର୍କ !

ଛାତ୍ରଙ୍କ ସହ ଶିକ୍ଷକ ରଖିଲେ ଅପ୍ରାକୃତିକ ଯୌନ ସମ୍ପର୍କ !

ପୁରୀ: ଯୌନ ପିପାସୁ ଗୁରୁ । ଗୁରୁ ଶିଷ୍ୟ ପରମ୍ପରାରେ କଳା ଦାଗ । ନାବାଳକ ଛାତ୍ରମାନଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ସେମାନଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଯୌନ ପିପାସୁ ଶିକ୍ଷକ ଦ୍ୱାରା ଅତ୍ୟାଚାରିତ ହୋଇଛନ୍ତି କୋମଳବତି ଶିଶୁ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ । ଅଭିଭାବକ ଓ ଛାତ୍ରମାନଙ୍କ ଅଭିଯୋଗକୁ ଭିତ୍ତି କରି ଡେଲାଙ୍ଗ ଥାନାରେ । ଅଭିଯୋଗ ପରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୁକ୍ତ ଗୁରୁଜୀକୁ ଅଟକାଇ ପୁଲିସର ପଚରାଉଚରା ଜାରି ରଖିଛି । ସୂଚନା ଅନୁସାରେ, ଡେଲାଙ୍ଗ ଥାନା ଅନ୍ତର୍ଗତ ମହୁନି ମଠ ଛକ ନିକଟରେ ଯୁଗା ଜ୍ୟୋତି ଗୁରୁକୂଳ ବେଦ ପାଠଶାଳା ଆଶ୍ରମରେ କୋମଳମତି ଛାତ୍ରମାନଙ୍କୁ ବେଦ ଜ୍ଞାନ ଶିକ୍ଷା ଦିଆଯାଇ ଥାଏ । ଏହି ଆଶ୍ରମରେ ପ୍ରାୟ ୧୦ ଜଣ ୧୦ରୁ ୧୩ ବର୍ଷୀୟ ନାବାଳକ ଛାତ୍ରମାନେ ଅଧ୍ୟୟନ କରିଥାନ୍ତି । ମାତ୍ର ଉକ୍ତ ଗୁରୁକୂଳର ଶିକ୍ଷକ ଛାତ୍ରଙ୍କୁ ଯୌନ ଶୋଷଣ କରୁଥିବା ସଙ୍ଗିନ ଅଭିଯୋଗ ତେଲାଙ୍ଗ ଥାନାରେ ଅଭିଯୋଗ ହେବା ପରେ ଘଟଣାକୁ ନେଇ ଆଲୋଡନ ସୃଷ୍ଟି କରିଛି । ଓଡିଶାର ବିଭିନ୍ନ ଜିଲ୍ଲାରୁ ଛାତ୍ରମାନେ ଆସି ପାଠ ପଢିବା ସହିତ ଆଶ୍ରମରେ ରହିଥାନ୍ତି ।

ମାତ୍ର ଉକ୍ତ ଗୁରୁକୂଳ ଗୁରୁଜୀ ଦୁର୍ଗା ପ୍ରସାଦ ତ୍ରିପାଠୀ ଛାତ୍ରମାନଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରୁଥିବାର ଅଭିଭାବକ ଓ ଛାତ୍ରମାନେ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଆଶ୍ରମରେ ରହୁଥିବା ପିଲାମାନଙ୍କ ସହିତ ଗୁରୁଜୀ ପ୍ରତିଦିନ ଯୌନ ସମ୍ପର୍କ ରଖୁଥିବା ଜଣେ ଅଭିଭାବକ ତେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଗୁରୁଜୀଙ୍କ ଅତ୍ୟାଚାରର ଶିକାର ଗୁରୁକୂଳର ପ୍ରାୟ ସମସ୍ତ ଛାତ୍ର ହୋଇଥିଲା ବେଳେ ଉକ୍ତ କାମରେ ଗୁରୁକୂଳ ଦୁଇ ଜଣ ଛାତ୍ର ଗୁରୁଜୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଛାତ୍ରମାନେ ଏହାର ବିରୋଧ କଲେ ପରୀକ୍ଷାରେ ଫେଲ କରିଦେବାର ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଗୁରୁଜୀଙ୍କ ଯୌନ ଲାଳସା ପାଇଁ କୋମଳମତି ଛାତ୍ରମାନଙ୍କ ମାନସିକ ତଥା ଶାରୀରିକ ସ୍ତରରେ ଏହାର ଗୁରୁତର ପ୍ରଭାବ ପଡିଥିବା ବେଳେ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ଅନ୍ୟପଟେ ଅଭିଭାବକମାନେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ଶିକ୍ଷକକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking