30.1 C
Bhubaneswar
Wednesday, February 11, 2026
Homeଓଡିଶାଦୁଇ ସଢୁଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର

ଦୁଇ ସଢୁଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର

କେନ୍ଦ୍ରାପଡ଼ା : ଦୁଇ ସଢୁଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ଚଣ୍ଡିଖୋଲ-ପାରାଦୀପ ରାସ୍ତାର ଅଳାବାଙ୍କଛକ ଠାରେ ଆଜି ସକାଳେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ ଭବାନୀ ପ୍ରସାଦ ମହାପାତ୍ର। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। ସାନ ସଢୁର ଝିଅର ଏକୋଶିଆ ଥିଲା। ଏଥିପାଇଁ ବଡ଼ ଶଢୁ ସାନ ଶଢୁଙ୍କ ଘର ଲଳିତଗିରିକୁ ଯାଇଥିଲେ। ଆଜି ସକାଳେ ସାନ ସଢୁ ବଡ଼ ସଢୁଙ୍କୁ ବାଇକ ଯୋଗେ ପାରାଦୀପ ଛାଡ଼ିବାକୁ ଆସୁଥିଲେ। ଅଳାବାଙ୍କଛକ ଠାରେ ଏକ ଟ୍ୟାଙ୍କର ଆସି ସେମାନଙ୍କ ବାଇକୁ ପଛରୁ ଧକ୍କା ଦେଇଥିଲା। ବାଇକଟି ଟ୍ୟାଙ୍କର ତଳେ ପଶି ଯାଇଥିଲା। ଉଭୟ ତଳକୁ ଛିଟିକି ପଡ଼ିଥିଲେ। ସେମାନଙ୍କ ଉପରେ ଟ୍ୟାଙ୍କରଟି ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking