31.1 C
Bhubaneswar
Friday, March 27, 2026
Homeଅପରାଧଛାତ୍ରଙ୍କୁ ମାଡ଼ି ବସି ଇଞ୍ଜେକସନ୍‌ ଦେଇଦେଲେ ୫ ଦୁର୍ବୃତ୍ତ

ଛାତ୍ରଙ୍କୁ ମାଡ଼ି ବସି ଇଞ୍ଜେକସନ୍‌ ଦେଇଦେଲେ ୫ ଦୁର୍ବୃତ୍ତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍କୁଲକୁ ପଢ଼ିବାକୁ ଯାଉଥିବା ଛାତ୍ରଙ୍କୁ ବାଟରେ ୫ ଯୁବକ ମାଡ଼ି ବସି ତାଙ୍କୁ ଏକ ଇଞ୍ଜେକସନ୍‌ ଦେଇଦେଲେ। ଫଳରେ ସେଠାରେ ଅଚେତ ହୋଇ ପଡ଼ିଥିବା ଛାତ୍ର ଏବେ ଚିକିତ୍ସାଧୀନ ଅଛନ୍ତି। ସବୁ ଦିନ ପରି ଆଜି ସମ୍ବିତ ଗଵଯୋର ଉଚ୍ଚ ବିଦ୍ୟାଳୟକୁ ଯାଉଥିଲେ। ତେବେ ସ୍କୁଲରେ ପହଞ୍ଚିବା ପୂର୍ବରୁ ଗଵଯୋର ଗାଁରେ ହଠାତ ଦୁଇଟି ବାଇକ୍‌ରେ ୫ ଜଣ ଦୁର୍ବୃତ୍ତ ଆସି ପହଞ୍ଚିଥିଲେ। ସେଠାରେ ସେମାନେ ସମ୍ବିତଙ୍କୁ ମାଡ଼ି ବସି ଏକ ଇଞ୍ଜେକ୍ସନ ଦେଇଦେଇଥିଲେ l ଫଳରେ ସେହିଠାରେ ହିଁ ସେ ଅଚେତ ହୋଇଯାଇଥିଲେ। ଏହାପରେ ଉକ୍ତ ୫ ଜଣ ସେଠାରୁ ଫେରାର ହୋଇ ଯାଇଥିଲେ। ଗୁରୁତର ସମ୍ବିତକୁ ସ୍ଥାନୀୟ ଲୋକେ ଓ ପରିବାର ଲୋକ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ତେବେ ଦୁର୍ବୁତ୍ତମାନେ କିଏ ଓ କାହିଁକି ସମ୍ବିତକୁ ଏହିଭଳି ଇଞ୍ଜେକ୍ସନ ଦେଲେ ତାହା ସ୍ପଷ୍ଟ ହୋଇନାହିଁ l ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking