ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅନିଶ୍ଚିତତା ଭିତରେ ଖସିଲା ସେୟାର ବଜାର। ୧୬୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ । ନିଫ୍ଟି ୪୦୦ ପଏଣ୍ଟ ହ୍ରାସ । ୧୦୦ ଟପିଲା କ୍ରୁଡ ଅଏଲ ଦର। ବିଶ୍ବ ଇନ୍ଧନ ପରିବହନର ପ୍ରମୁଖ ମାର୍ଗ ହର୍ମୁଜକୁ ବ୍ଲକ କରିବାକୁ ଭଭୟ ଇରାନ ଓ ଆମେରିକା ଧମକ ଦେବା ପରେ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି। ଯୁଦ୍ଧବିରତି ଘୋଷଣା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ଇସଲାମାବାଦରେ ଇରାନ ଓ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ବିଫଳ ହେବା ପରେ ସେୟାର ମାର୍କେଟ ପୁଣି ହ୍ରାସ ଘଟିଛି ।ଆଜି ବିଏସ୍ଇ ସେନ୍ସେକ୍ସ ୭୬ ହଜାର ୧୩୪ ଦଶମିକ ୩୨ ପଏଣ୍ଟ ଖୋଲିଥିବା ବେଳେ ନିଫ୍ଟି୫୦ ୨୩ ହଜାର ୫୭୧ ଦଶମିକ ୧୫ ପଏଣ୍ଟ ଖୋଲିଥିଲା । ଯୁଦ୍ଧବିରତି ଯୋଗୁ କ୍ରୁଡ ଅଏଲ ଦର ବ୍ୟାରେଲ ପିଛା ୧୦୦ ଡଲାର ତଳକୁ ଖସିଥିବା ବେଳେ ପରେ ପୁଣି ଦର ୧୦୦ ଟପିଛି । କ୍ରୁଡ୍ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୦୧ ଦଶମିକ ୮୬ ଡଲାର ଛୁଇଁଛି। ଯୁକ୍ତରାଷ୍ଟ୍ର ଇରାନ୍ ବନ୍ଦରଗୁଡ଼ିକ ଚାରିପାଖରେ ନୌସେନା ଦ୍ବାରା ନାକାବନ୍ଦୀ ଲଗାଇବାକୁ ଯୋଜନା କରୁଛି ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି । ଏହା ସହିତ ଇସ୍ରାଏଲ୍ ମଧ୍ୟ ଇରାନ୍ ଉପରେ ଆକ୍ରମଣ ପୁନଃ ଆରମ୍ଭ କରିବାକୁ ଯୋଜନା କରୁଛି। ଲେବାନନରେ ଇସ୍ରାଏଲର ଆକ୍ରମଣରେ ୨ ହଜାର ଲୋକଙ୍କ ଜୀବନ ଯାଇଛି ।










