34.1 C
Bhubaneswar
Thursday, April 2, 2026
Homeଓଡିଶାଜାତୀୟ ଖୋ ଖୋ ଟିମକୁ ରାଜ୍ୟ ସରକାର ୩ ବର୍ଷ ପାଇଁ ସ୍ପନସର୍ କରିବେ; ଖର୍ଚ୍ଚ...

ଜାତୀୟ ଖୋ ଖୋ ଟିମକୁ ରାଜ୍ୟ ସରକାର ୩ ବର୍ଷ ପାଇଁ ସ୍ପନସର୍ କରିବେ; ଖର୍ଚ୍ଚ କରିବେ ବର୍ଷକୁ ୫ କୋଟି, ୩ ବର୍ଷରେ ୧୫ କୋଟି

ଭୁବନେଶ୍ୱର : ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ । ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ‘ଖୋ ଖୋ’ ଖେଳର ଜାତୀୟ ଟିମକୁ ଆଗାମୀ ୩ ବର୍ଷ ପାଇଁ ସ୍ପନସର କରିବେ । ଏହି ସ୍ପନସରସିପ ର ଅବଧି ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର‌୍ୟ୍ୟନ୍ତ ରହିବ। ଏଥିପାଇଁ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡିଶା ଖଣି ନିଗମ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ। ଏହାଦ୍ୱାରା ଭାରତୀୟ ଖୋ ଖୋ ଖେଳାଳୀ ପ୍ରୋତ୍ସାହନ ପାଇବା ସହିତ ଓଡିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ଜଳ କରିପାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking