24.1 C
Bhubaneswar
Monday, April 6, 2026
Homeଅପରାଧଜମିବାଡ଼ି ବିବାଦକୁ ନେଇ ବାପାକୁ ଜିଅଁନ୍ତା ଜାଳିଦେଲା ନୃଶଂସ ପୁଅ

ଜମିବାଡ଼ି ବିବାଦକୁ ନେଇ ବାପାକୁ ଜିଅଁନ୍ତା ଜାଳିଦେଲା ନୃଶଂସ ପୁଅ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ର୍ଲୋ ଗାଁଘଟିଛି ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ବାପାକୁ ଜିଅଁନ୍ତା ଜାଳିଦେଲା ନୃଶଂସ ପୁଅ। ମୃତ ବ୍ୟକ୍ତି ଜଣଙ୍କ ର୍ଲୋ ଗାଁର ଗୋପୀନାଥ ଭରାସାଗର ବୋଲି ଜଣାପଡିଛି। ତେବେ ଏହି ଅଘଟଣ ଘଟାଇବା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ର୍ଲୋ ଗାଁର ଗୋପୀନାଥ ଭରାସାଗର ଓ ତାଙ୍କ ପୁଅ ମୋହନ ଭରାସାଗରଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ବହୁ ଦିନ ହେବ ବଚସା ଲାଗି ରହିଥିଲା। ଏପରିକି ବିଳମ୍ବିତ ରାତିରେ ମଧ୍ୟ ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ମୋହନ ଉତ୍‌କ୍ଷିପ୍ତ ହୋଇ ଘରେ ଥିବା ପେଟ୍ରୋଲ ଆଣି ବାପାଙ୍କ ଉପରେ ଢାଳି ଦେଇଥିଲା। ଏହାପରେ ନିଆଁ ଲଗାଇ ଦେଇଥିଲା। କଲେ ତାକୁ କେହି ଧରିନେବ ଏଥିପାଇଁ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗ୍ରାମବାସୀ ଘଟଣା ସଂପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଘଟଣାର ତଦନ୍ତ ଜାରି ରଖିବା ସହିତ ଅଭିଯୁକ୍ତକୁ ମଧ୍ୟ ଖୋଜାଖୋଜି କରୁଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking