19.1 C
Bhubaneswar
Friday, February 13, 2026
Homeଓଡିଶାବାପା ଆଗରେ ନଦୀକୁ ଡେଇଁ ପଡ଼ିଲା ପୁଅ

ବାପା ଆଗରେ ନଦୀକୁ ଡେଇଁ ପଡ଼ିଲା ପୁଅ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ କୀର୍ତ୍ତନପୁର ଗ୍ରାମରେ ବାପା ଆଗରେ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଲା ପୁଅ। ଏପର୍ୟ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ନିଖୋଜ ଯୁବକ ଜଣଙ୍କ ହେଲେ ପର୍ଶୁରାମ କମାର(୨୫)।ପର୍ଶୁରାମ ମାମୁ ଘରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ବାପାଙ୍କ ସହ ମାମୁ ଘରୁ ନିଜ ଘରକୁ ଆସୁଥିଲେ। ବାଜିରାଉତ ସେତୁ ଉପରେ ପର୍ଶୁରାମ ହଠାତ୍ ସାଇକେଲରୁ ଓହ୍ଲାଇ ନଦୀକୁ ଡେଇଁ ପଡ଼ିଥିଲେ।ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି କରିଥିଲେ। ହେଲେ ପାଇନଥିଲେ। ରାତି ଅଧିକ ହେବାରୁ ଉଦ୍ଧାର କାର୍ୟ୍ୟ ବନ୍ଦ ରହିଥିଲା। ଆଜି ସକାଳେ ଦମକଳବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ୟ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ। କେଉଁ କାରଣ ପାଇଁ ପର୍ଶୁରାମ ନଦୀକୁ ଡେଇଁପଡ଼ିଲେ ଜଣାପଡ଼ିନାହିଁ।ନିଖୋଜ ଯୁବକଙ୍କ ବାପା କହିଛନ୍ତି, ଆମେ ବାପ ପୁଅ ସାଇକେଲରେ ଘରକୁ ଆସୁଥିଲୁ। ଆସିଲା ବେଳେ ପୋଲ ଉପରେ ସାଇକେଲ ରଖି ସେ ନଦୀକୁ ଡେଇଁ ପଡ଼ିଥିଲା। କ’ଣ ପାଇଁ ଏମିତି କଲା ଆମେ ଜାଣିନାହୁଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking