29.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶସାପକୁ ଚିଡାଇବା ପଡିଲା ମହଙ୍ଗା, ଯୁବକଙ୍କ ସହ ହେଲା ଏମିତି...

ସାପକୁ ଚିଡାଇବା ପଡିଲା ମହଙ୍ଗା, ଯୁବକଙ୍କ ସହ ହେଲା ଏମିତି…

ନୂଆଦିଲ୍ଲୀ : ସାପକୁ ଦେଖିଲେ ସମସ୍ତଙ୍କ ମନରେ ଭୟ ଥାଏ । ବିଶେଷ କରି ବର୍ଷା ଦିନରେ ଅଧିକାଂଶ ସ୍ଥାନରେ ସାପ ଦେଖା ଯାଆନ୍ତି । କେତେକ ସମୟରେ କିଛି ଅସାବଧାନତା କାରଣରୁ ଲୋକେ ସାପ ଦଂଶନର ଶିକାର ହୋଇଥାଆନ୍ତି । ମାତ୍ର ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ । ତେବେ ଆନ୍ଧ୍ରପ୍ରଦେଶରେ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ବିଷାକ୍ତ ନାଗ ସାପକୁ ଚିଡାଇବା ମହଙ୍ଗା ପଡିଛି । ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ଥିବା ସହ ଏକ କଲେଜ ପରିସରରେ ସାପକୁ ଦେଖି ତାକୁ ଧରିଥିଲେ । ସାପଟି ନିକଟରେ ଥିବା ବୁଦାକୁ ପଳାଇବାକୁ ଚେଷ୍ଟା କରୁଥିଲା । ମାତ୍ର ବ୍ୟକ୍ତି ଜଣକ ତାକୁ ଯିବାକୁ ଦେଇନଥିଲେ । ନିକଟରେ ଥିବା ସ୍ଥାନୀୟ ଗ୍ରାମବାସୀ ବ୍ୟକ୍ତି ଜଣଙ୍କୁ ଚେତାବନୀ ଦେବା ପରେ ମଧ୍ୟ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଅସାବଧାନତା ସହ ସାପ ସହ ଖେଳିଥିଲେ । କିଛି ସମୟ ପରେ ସାପଟି ବ୍ୟକ୍ତି ଜଣଙ୍କୁ ଦଂଶନ କରିଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking