26.1 C
Bhubaneswar
Sunday, April 5, 2026
Homeଓଡିଶାବୈତରଣୀ ନଦୀକୁ ଡେଇଁ ପଡ଼ିଲେ ଦୋକାନୀ

ବୈତରଣୀ ନଦୀକୁ ଡେଇଁ ପଡ଼ିଲେ ଦୋକାନୀ

କେନ୍ଦୁଝର : ବୈତରଣୀ ନଦୀକୁ ଡେଇଁପଡିଲେ  ଦୋକାନୀ ।  ଏଭଳି ଘଟଣା ଘଟିଛି  କେନ୍ଦୁଝର ଜିଲ୍ଲା  ଚମ୍ପଆ ଥାନା ଅଞ୍ଚଳରେ ।  ମୃତକ ଜଣଙ୍କ ହେଲେ ବସନ୍ତ ପାତ୍ର ।   ଚମ୍ପୁଆ ବ୍ଲକ କାର‌୍ୟ୍ୟାଳୟ ସମ୍ମୁଖରେ ବସନ୍ତଙ୍କର ଏକ ଦୋକାନ ରହିଛି। ଗତ ରାତି ୧୧ଟା ବେଳେ ସେ ନିଜ ସ୍କୁଟିକୁ ଚମ୍ପୁଆ ବୈତରଣୀ ପୋଲ ଉପରେ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ। ତାଙ୍କ ମୃତଦେହ ବୈତରଣୀ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି। ବୈତରଣୀ ନଦୀରେ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ବସନ୍ତଙ୍କ ମୃତଦେହ ନଦୀର ଅପରପାର୍ଶ୍ୱରେ ଭାସୁଥିବା ଯୋଗୁଁ ଝାଡ଼ଖଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରିଛି। ମାତ୍ର ମୃତଦେହ ଉଦ୍ଧାର ହୋଇ ନ ଥିବା ଜଣାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking