ବ୍ୟୁରୋ : ଦାନା ନେଇଗଲା ଚାଷୀର ପାରିଶ୍ରମିକ ଫଳ । ବାତ୍ୟା ଦାନାର ପ୍ରକୋପ ପରେ ବନ୍ୟାପାଣି ଚାଷ ଜମିରେ ମାଡି ଯିବାରୁ ଚାଷ ନଷ୍ଟ ହୋଇଯାଇଛି । ଅନ୍ୟସ୍ଥାନ ଭଳି ସୋର ଅଞ୍ଚଳରେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡିଛି । ବାତ୍ୟାର ଚାରି ଦିନ ପରେ ବି ଜମିରେ ଜମିଛି ପାଣି । ତେବେ ପରିବା ବାତ୍ୟାରେ ଅଧା ନଷ୍ଟ ଥିବା ବେଳେ ବଳକା ଜମିରେ ପାଣି ଜମି ରହି ନଷ୍ଟ ହୋଇଗଲାଣି ଚାଷରୁ ପରିବାର ପ୍ରତିପୋଷଣ କରୁଥିବା ଚାଷୀ କିଭଳି ପରିବାର ଚଳିବ କିଭଳି ଋଣ ସୁଝିବ ସେ ନେଇ ଚିନ୍ତାରେ ପଡିଛି ।