27.1 C
Bhubaneswar
Friday, September 27, 2024
Homeଓଡିଶାଖୁବ ଶୀଘ୍ର ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି

ଖୁବ ଶୀଘ୍ର ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି

ଭୁବନେଶ୍ୱର : ଖୁବ ଶୀଘ୍ର ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି । ‘ସୁଭଦ୍ରା’ ଯୋଜନାରେ ୯୨ ଲକ୍ଷ ଆବେଦନ କରି ସାରିଲେଣି। ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। ଆଉ ଏକ ସପ୍ତାହ ମଧ୍ୟରେ ଆବେଦନ ୧ କୋଟି ଛୁଇଁଯିବ। ଇ-କେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦେଇ ସାରିଛୁ ।୧ କୋଟି ମହିଳାଙ୍କ ପାଖରେ ପହଞ୍ଚିବାକୁ ୪ ସ୍ଲାବ ରହିଛି । ୧ କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ। ମାର୍ଚ୍ଚ ୮ ପୂର୍ବରୁ ପ୍ରଥମ କିସ୍ତିି ସମସ୍ତ ହିତାଧିକାରୀଙ୍କୁ ଦିଆଯିବ। ମାତ୍ର ୨ୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ। କିଏ ଆଗରେ ପାଉଛି, କିଏ ପରେ ମାତ୍ର ସମସ୍ତେ ନିଶ୍ଚିତ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking