26.8 C
Bhubaneswar
Monday, April 6, 2026
Homeଓଡିଶାରଙ୍ଗ ସଙ୍ଗମର ଦ୍ଵିତୀୟ ସନ୍ଧ୍ୟାରେ ନାଟକ ଦାନାପାଣି ମଞ୍ଚସ୍ଥ

ରଙ୍ଗ ସଙ୍ଗମର ଦ୍ଵିତୀୟ ସନ୍ଧ୍ୟାରେ ନାଟକ ଦାନାପାଣି ମଞ୍ଚସ୍ଥ

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମର ଆଜି ଦ୍ଵିତୀୟ ସନ୍ଧ୍ୟାରେ ନାଟକ ଦାନାପାଣି ମଞ୍ଚସ୍ଥ ହୋଇଛି। ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ “ଦାନାପାଣି” ଉପରେ ପର୍ଯ୍ୟବେସିତ ଏହି ନାଟକକୁ ଦେଖିବା ପାଇଁ ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରେ ଦର୍ଶକମାନଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା। ମଣିଷ ନିଜର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ପାଇଁ ନିଜର ସମଗ୍ର ଜୀବନ କିପରି ଦାନାପାଣି ଯୋଗାଡ଼ କରିବାରେ ଲାଗିଯାଇଥାଏ ତାହାକୁ ଅତି ସୁନ୍ଦର ଭାବେ ଏହି ନାଟକରେ ପ୍ରଦର୍ଶିତ କରାଯାଇଥିଲା। ଶ୍ରୀ ହରିହର ମିଶ୍ର ଉପନ୍ୟାସର ନାଟ୍ୟ ରୂପାନ୍ତର କରିଥିବା ବେଳେ, ଶ୍ରୀ ରବିନାରାୟଣ ତ୍ରିପାଠୀ ନାଟକର ନିର୍ଦ୍ଦେଶନା ଦେଇଥିଲେ। ପୁରୀର ସାଂସ୍କୃତିକ ଅନୁଷ୍ଠାନ ଥିଏଟର ଡ଼ିଜାଇନର୍ଜର କଳାକାରମାନେ ମଞ୍ଚରେ ବିଭିନ୍ନ ଚରିତ୍ରକୁ ନିଜ ଅଭିନୟ ମାଧ୍ୟମରେ ଜୀବନ୍ତ କରି ଗଢ଼ିତୋଳିଥିଲେ। ପ୍ରକାଶଯୋଗ୍ୟ ଯେ, ଫେବୃଆରୀ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ”ର ଆୟୋଜନ କରାଯାଉଛି । ଓଡ଼ିଶାର କାଳଜୟୀ ସାହିତ୍ୟ, ସଂସ୍କୃତି ଓ ଓଡ଼ିଆ ଅସ୍ମିତା ଉପରେ ପର୍ଯ୍ୟବେସିତ ଏହି ନାଟକ ସମୂହ ଦର୍ଶକମାନଙ୍କ ମନ ଜିଣିବାରେ ସଫଳ ହୋଇପାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking