26.8 C
Bhubaneswar
Monday, April 6, 2026
Homeଓଡିଶାଭୁଶୁଡିଲା ସ୍କୁଲ ପାଚେରୀ

ଭୁଶୁଡିଲା ସ୍କୁଲ ପାଚେରୀ

ଭୁବନେଶ୍ୱର : ଭୁଶୁଡିଲା ସ୍କୁଲ ପାଚେରୀ । ଅଳ୍ପକେ ବର୍ତ୍ତିଲା ଜୀବନ। ରାଜଧାନୀ ଭୁବନେଶ୍ୱର ୟୁନିଟ ୯ ଅଞ୍ଚଳରେ ଘଟିଛି ଏହି ଘଟଣା ।ଭୁବେଶ୍ୱରରେ ମହାରାଜା ହଲ ପଛ ପାଖରେ ଥିବା ଚିଲିଡ୍ରେନ ସେଣ୍ଟର ଅଫ ଣ୍ଟି ଏଜୁକେସନ ସ୍କୁଲର ପାଚେରୀ ଭୁଶୁଡ଼ି ପଡ଼ିଛି । ଲଗାଣ ବର୍ଷା ଯୋଗୁ ପାଚେରୀ ଭୁଶୁଡି ପଡିଥିବା ସୂଚନା ମିଳିଛି । ଦୁଇଟି ବାଇକ ପାଚେରୀ ତଳେ ଚାପି ହୋଇ ସମ୍ପୂର୍ଣ୍ଣ କ୍ଷତିଗସ୍ତ ହୋଇଛି। ଗୋଟିଏ ଘର ମଧ୍ୟ କ୍ଷତିଗସ୍ତ ହୋଇଛି। କିନ୍ତୁ ସ୍ଥାନୀୟ ଲୋକେ ଏଥିରୁ ବର୍ତ୍ତିଯାଇଛନ୍ତି । ସେପଟେ ବିପଦଶଙ୍କୁଳ ଅବସ୍ଥାରେ ଗତ କିଛି ଦିନ ହେବ ଏହି ପାଚେରୀ ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପାଚେରୀ ମରାମତି ହୋଇନଥିବାରୁ ଏଭଳି ଅଘଟଣ ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking