17.1 C
Bhubaneswar
Tuesday, December 9, 2025
Homeଓଡିଶାଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

ଭୁବନେଶ୍ୱର: ଶିଶୁ ସାହିତ୍ୟ ସ୍ରଷ୍ଟାମାନଙ୍କ ସାରସ୍ୱତ ଅବଦାନ ଓ ସମାଜର କଳୁଷିତ ସଂସ୍କାରକୁ ଦୂର କରିବା ତଥା ଓଡ଼ିଆ ଅସ୍ମିତାକୁ ବଂଚାଇ ରଖିବା ପାଇଁ ପ୍ରାଣାନ୍ତକ ଉଦ୍ୟମ କରି ଓଡ଼ିଆ ଜନଜୀବନରେ ଯେଉଁ ନୂତନ ଆଶା ସଞ୍ଚାର କରିପାରିଅଛନ୍ତି ଯାହାକି ଓଡ଼ିଆ ଜାତିକୁ ଏକସୂତ୍ରରେ ବାନ୍ଧି ରଖିବାରେ ସକ୍ଷମ ହୋଇପାରିଅଛି ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶିଶୁ-କିଶୋର ସାହିତ୍ୟ ଏକାଡେମୀ, ଓଡ଼ିଶାଙ୍କ ମିଳିତ ସହଯୋଗରେ ୨୪ ଅଗଷ୍ଟ ୨୦୨୫ ରବିବାର ପୂର୍ବାହ୍ଣ ୧୦.୦୦ ଘଟିକାରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକଦିବସୀୟ ଶିଶୁସାହିତ୍ୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା ।

ଏହି ଶିଶୁସାହିତ୍ୟ କାର୍ଯ୍ୟକ୍ରମଟିକୁ ବିଶିଷ୍ଟ ଭାଷାବିତ୍ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟକ ଭାବେ ଯୋଗଦାନ କରି ଓଡ଼ିଆ ଭାଷା, ଶିଶୁସାହିତ୍ୟ ଓ ସଂସ୍କୃତିର ଶ୍ରୀବୃଦ୍ଧି ଓ ବିକାଶସାଧନ, ଓଡ଼ିଆ ସାହିତ୍ୟରେ ଉଚ୍ଚ ମୂଲ୍ୟବୋଧର ପ୍ରତିଷ୍ଠା ତଥା ଶ୍ରେଷ୍ଠମାନର ପ୍ରବର୍ତ୍ତନ ଦିଗରେ ଶିଶୁସାହିତ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଅଛି ବୋଲି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଶିଶୁ-କିଶୋର ସାହିତ୍ୟ ଏକାଡେମୀର ସଭାପତି ପ୍ରଫେସର ଦାଶ ବେନହୁରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁ-କିଶୋର ସାହିତ୍ୟ ଏକାଡେମୀର ସମ୍ପାଦକ ଶ୍ରୀଯୁକ୍ତ ବୀରେନ୍ଦ୍ର ମହାନ୍ତି ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଆ ଭାଷା ଓ ଶିଶୁସାହିତ୍ୟର ବିକାଶ ଦିଗରେ ଏହିଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଶିଶୁସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ବିଶିଷ୍ଟ ଶିଶୁସାହିତି୍ୟକ ଡକ୍ଟର ମହେଶ୍ୱର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଓଡ଼ିଆ ସାହିତ୍ୟର ସବୁଠୁ ଆଦରଣୀୟ ଶିଶୁସାହିତ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତି ଆଦିରେ ଯେଉଁ ପରିବର୍ତ୍ତନ ଦେଖାଦେଇପାରିଅଛି ଏହାରି ଉପରେ ଆଲୋଚନା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରି ଓଡ଼ିଆ ଶିଶୁସାହିତ୍ୟର ସ୍ରଷ୍ଟାମାନେ ଏହି ମାଟି, ପାଣି, ପବନରେ ଜୀବନ ଅତିବାହିିତ କରି ତାଙ୍କ ଲେଖନୀର ପରାକାଷ୍ଠା ଏ ଜାତିକୁ ଏକ ନୂତନ ଦିଗ୍ଦର୍ଶନ ଦେଇପାରିଅଛି ବୋଲି ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶିଶୁ-କିଶୋର ସାହିତ୍ୟ ଏକାଡେମୀର ସଭାପତି ପ୍ରଫେସର ଦାଶ ବେନହୁର ସଭାମୁଖ୍ୟ ଭାବେ ଯୋଗଦାନ କରି ଉଦ୍ଘାଟନୀ ଅଧିବେଶନରେ ଆମନ୍ତ୍ରିତ ହୋଇଥିବା ଅତିଥି ଓ ବକ୍ତାଙ୍କ ବକ୍ତବ୍ୟରୁ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ ଶିଶୁସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ କୋଣାର୍କ ପତି୍ରକା ସହିତ ସହଯୋଗୀ ଅନୁଷ୍ଠାନ ଶିଶୁ-କିଶୋର ସାହିତ୍ୟ ଏକାଡେମୀ ପକ୍ଷରୁ ବହୁ ପୁସ୍ତକ ଲୋକାର୍ପିତ ହୋଇଥିଲା । ମାନ୍ୟଗଣ୍ୟ ଅତିଥି ଏବଂ ସହଯୋଗୀ ଅନୁଷ୍ଠାନ ଦ୍ୱାରା ସ୍ଥିରୀକୃତ ଶିଶୁସାହିତି୍ୟକ ସ୍ରଷ୍ଟାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ଏହି ଉଦ୍ଘାଟନୀ ଅଧିବେଶନରେ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ଶିଶୁସାହିତ୍ୟ ଆଲୋଚନାଚକ୍ରର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ସେହିପରି ପ୍ରଥମ ଅଧିବେଶନ ସଂପାନରେ ଡକ୍ଟର ଅରବିନ୍ଦ ପଟ୍ଟନାୟକ ମୁଖ୍ୟଅତିଥି, ସମ୍ମାନନୀୟ ଅତିଥି ଭାବେ ଡ. ନରେନ୍ଦ୍ର ପ୍ରସାଦ ଦାସ, ଡ. ମନୀନ୍ଦ୍ର ମହାନ୍ତି ଓ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ସାମନ୍ତରାୟ, ସମ୍ମାନନୀୟ ଆଲୋଚକ ଭାବେ ଡ. ଆଶୁତୋଷ ଦେବତା, ଇଂ. ମାୟାଧର ସ୍ୱାଇଁ, ଶ୍ରୀଯୁକ୍ତ ଧନଞ୍ଜୟ ସ୍ୱାଇଁ, ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ଶ୍ରୀଯୁକ୍ତ ପରେଶ କୁମାର ପଟ୍ଟନାୟକ, ଡ. ନମିତା ମହାନ୍ତି, ଡ. କମଳାକାନ୍ତ ଜେନା, ସଭାମୁଖ୍ୟ ଭାବେ ଶିଶୁ-କିଶୋର ସାହିତ୍ୟ ଏକାଡେମୀର ଉପ-ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ ଯୋଗଦାନ କରି ଆଲୋଚ୍ୟ ବିଷୟ – ‘ଓଡ଼ିଆ ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ଶିଶୁସାହିତ୍ୟର ଭୂମିକା’ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନ ଶିଶୁ କବିତା ପାଠୋତ୍ସବରେ ସମ୍ମାନନୀୟ ଅତିଥି ଭାବେ ଡ. ଲିଙ୍ଗରାଜ ରଥ, ଶ୍ରୀମତୀ ହରିପି୍ରୟା ପଟ୍ଟନାୟକ, ଡ. ବିଜୟା ପାତ୍ର, ଶ୍ରୀଯୁକ୍ତ ଶରତ କୁମାର ନାୟକ, ସଂଯୋଜନା ଭାବେ ଶ୍ରୀଯୁକ୍ତ ହରିହର ଶୁକ୍ଲ, ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦାଶ, ଡ. ପ୍ରବୀଣା ପରିଡ଼ା, ଶ୍ରୀମତୀ କଳ୍ପନା ମିଶ୍ର, ସଭାମୁଖ୍ୟ ଭାବେ ଡକ୍ଟର ଶରତ କୁମାର ବିଶ୍ୱାଳ ଯୋଗଦାନ କରି ଓଡ଼ିଆ ଭାଷା ସାହିତ୍ୟର ପ୍ରସାର କଳ୍ପେ ଶିଶୁସାହିତ୍ୟର ଆୟୋଜନ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଅଧିକାର କରିପାରିଅଛି ବୋଲି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ଏବଂ ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ପ୍ରାୟ ୮୪ଜଣ ଶିଶୁ କବି ଓ କବୟିତ୍ରୀମାନେ ନିଜର ନିଜର ଶିଶୁ କବିତା ପାଠ କରିଥିଲେ ।

ଏକାଡେମୀର ସହ-ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ଛୁଆଳସିଂହ ପ୍ରାରମ୍ଭିକ ଅଧିବେଶନରେ ଅତିଥି ପରିଚୟ ଓ ପ୍ରତ୍ୟେକ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିବା ସହ ଶିଶୁସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏଥିରେ ଜ୍ଞାନୀଗୁଣୀ, ସଜ୍ଜନମଣ୍ଡଳୀ, ସାହିତି୍ୟକ/ସାହିତି୍ୟକା ଏବଂ ସାମ୍ବାଦିକ ବନ୍ଧୁ ଆଦି ଯୋଗଦାନ କରି ଏହି ଏକଦିବସୀୟ ଶିଶୁସାହିତ୍ୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମଟିକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଏଥିରେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking