ଭୁବନେଶ୍ୱର : ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ । ଘଟଣାଟି ଡମଣା ଛକରେ ଥିବା ଏକ ହୋଟେଲ ଭିତରେ ହତ୍ୟାକାଣ୍ଡ ଘଟିଛି । ଜଣେ ଫ୍ୱେଟରକୁ ଆଉଜଣେ ଷ୍ଟାଫ ପନିକିରେ ହାଣି ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପନିକିରେ ହାଣି ସାରିବା ପରେ ମୃତ ଦେହକୁ ଲୁଚାଇବା ପାଇଁ ଯୋଜନା କରୁଥିଲା ଅଭିଯୁକ୍ତ । ପ୍ରମାଣ ନଷ୍ଟ ଉଦ୍ୟମ କରି ବିଫଳ ହେବା ପରେ ଫେରାର ହୋଇଯାଛନ୍ତି ଅଭିଯୁକ୍ତ । ପୂର୍ବ ଶତ୍ରୁତା ଏବଂ ଗଣ୍ଡଗୋଳ ପରେ ଏହି ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।