28.1 C
Bhubaneswar
Saturday, April 4, 2026
Homeଅପରାଧଯୁବକଙ୍କୁ ଦା’ରେ ହାଣିଲେ ଦୁର୍ବୃତ୍ତ

ଯୁବକଙ୍କୁ ଦା’ରେ ହାଣିଲେ ଦୁର୍ବୃତ୍ତ

କଟକ : ଯୁବକଙ୍କୁ ଦା’ରେ ହାଣିଲେ ଦୁର୍ବୃତ୍ତ। କଟକ ଜିଲ୍ଲା ପୋତାପୋଖରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଆହତ ଯୁବକ ଜଣଙ୍କ ହେଲେ ସୋମନାଥ ପୃଷ୍ଟି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ସୋମନାଥଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ତେବେ ଯୁବକଙ୍କୁ ଦୁର୍ବୃତ୍ତମାନେ କାହିଁକି ମରାଣନ୍ତକ ଆକ୍ରମଣ କଲେ ତାହା ଜଣାପଡ଼ିନାହିଁ। ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଅଛି ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ। ଚାଉଳିଆଗଞ୍ଜ ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking