20.1 C
Bhubaneswar
Thursday, February 12, 2026
Homeଅପରାଧପାଗେଳି ନାବାଳିକା ଝିଅକୁ ବି ଛାଡ଼ିଲେନି, ଦୁଷ୍କର୍ମ କରି ରାସ୍ତା ଉପରେ ଛାଡ଼ି ଚାଲିଗଲେ

ପାଗେଳି ନାବାଳିକା ଝିଅକୁ ବି ଛାଡ଼ିଲେନି, ଦୁଷ୍କର୍ମ କରି ରାସ୍ତା ଉପରେ ଛାଡ଼ି ଚାଲିଗଲେ

ବାଲେଶ୍ୱର: ବାଲେଶ୍ୱର ଜଳେଶ୍ୱରରେ ଲଜ୍ଜା। ମାନସିକ ବିକାରଗ୍ରସ୍ତ ପାଗେଳି ନାବାଳିକା ଝିଅକୁ ବି ଶେଷରେ ଛାଡ଼ିଲେନି ଅମଣିଷ ଲୋକ। ଝୁଣି ଝୁଣି ଖାଇଗଲେ ତା’ର ସେହି ନିରୀହ ଦେହ ଟାକୁ। ହଁ ଆପଣମାନେ ତ ଏମିତି ଅନେକ ଘଟଣା ପ୍ରତ୍ୟେକ ଦିନ ଶୁଣୁଥିବେ। ହେଲେ ଦୁଷ୍କର୍ମ ଗଣଦୁଷ୍କର୍ମ ଭଳି ଘଟଣା ପ୍ରାୟ ଅନ୍ୟ ରାଜ୍ୟରେ ଅଧିକାଂଶ ଦେଖିବାକୁ ମିଳେ। ହେଲେ ଏବେ ଆମ ଓଡ଼ିଶାରେ ବି ଏମିତି ଅନେକ ଘଟଣା ନିକଟରେ ଘଟିଲାଣି।

ଠିକ୍ ସେହିପରି ଏବେ ସାମ୍ନାକୁ ଆସିଛି ଜଳେଶ୍ୱରରୁ ଆଉ ଏକ ଘଟଣା। ମାନସିକ ବିକାରଗ୍ରସ୍ତ ଦେଖି ନାବିଳିକା ଝିଅଟିକୁ ଦୁଷ୍କର୍ମ କରି ରାସ୍ତାରେ ଛାଡ଼ି ଚାଲିଗଲେ ଯୁବକ। ଆଉ ପରେ ଅସହାୟ ଅବସ୍ଥାରେ ନାବାଳିକାକୁ ରାସ୍ତାରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳର ଜଣେ ମାନସିକ ଅନଗ୍ରସର ନାବାଳିକା ଶୌଚ ହେବାକୁ କହି ଘରୁ ବାହାରକୁ ଯାଇଥିଲା। ହେଲେ ଆଉ ଘରକୁ ଫେରି ନଥିଲା। ଅନେକ ସମୟ ବିଳମ୍ୱ ହେବାରୁ ଘର ଲୋକ ଝିଅକୁ ବୋହୁତ ଖୋଜା ଖୋଜି କଲେ।

ହେଲେ କୋଉଠି ବି ଝିଅର ସନ୍ଧାନ ପାଇଲେ ନାହିଁ। ପରେ ଘରଠାରୁ ପାଖାପାଖି ୨୦ କିଲୋମିଟର ଦୂର ଗୋବରଘଟା ସ୍ଥିତ ସିଟ୍ ଛକରୁ ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ପରିବାର ଲୋକକୁ ହସ୍ତାନ୍ତର କରିଥିଲେ ସ୍ଥାନୀୟ ଲୋକେ। ତୁରନ୍ତ ନାବାଳିକାକୁ ହାତୀଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଥିଲା। ପରେ ପରିବାର ଲୋକେ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାରେ ରାଇବଣିଆ ଅଞ୍ଚଳର ଯୁବକ ସଞ୍ଜୀବ କୁମାର ଘୋଷକୁ ଭଦୁଆକୁ ଗିରଫ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking