19.1 C
Bhubaneswar
Monday, February 2, 2026
Homeଓଡିଶାଶୁଖିଗଲାଣି ମହାନଦୀ ସ୍ରୋତ

ଶୁଖିଗଲାଣି ମହାନଦୀ ସ୍ରୋତ

ସମ୍ବଲପୁର : ଶୁଖିଗଲାଣି ମହାନଦୀ ସ୍ରୋତ ।  ମହାନଦୀ ଶଯ୍ୟାରେ ଏବେ ବାଲି ଘାସ . ପଥର ଦେଖାଯାଉଛି ।  ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜ୍‌ର ସବୁତକ ଗେଟ୍ ବନ୍ଦ କରିଦେବା ପରେ ମହାନଦୀରେ ଆଉ ପାଣି ଆସୁନାହିଁ। ରବିବାର ସକାଳ ୮ଟାରେ ମାତ୍ର ୨୮୩ କ୍ୟୁସେକ୍ ପାଣି ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କରୁଥିଲା। ଧାନ ଅମଳ ସମୟ ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ କେନାଲଗୁଡ଼ିକରେ ଜଳଯୋଗାଣ ବନ୍ଦ ରହିଛି। ଅପରପକ୍ଷରେ ଗତ ୧୧ ତାରିଖରୁ ପାୱାର ଚାନେଲରେ ଜଳଯୋଗାଣ ହେଉ ନଥିବା କାରଣରୁ ଉଭୟ ବୁର୍ଲା ଓ ଚିପିଲିମା ଶକ୍ତିକେନ୍ଦ୍ରରେ ବିଦ୍ୟୁତ୍ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ରହିଛି। ଆଜି ଯେତିକି ପାଣି ଆସୁଥିଲା, ସବୁତକ ପାଣି   ଶିଳ୍ପାନୁଷ୍ଠାନଗୁଡ଼ିକ ଟାଣି ନେଇଥିବା ଜଣାପଡ଼ିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking