ଭୁବନେଶ୍ୱର: ମୋକିମଙ୍କୁ ଅତୃପ୍ତ ଆତ୍ମା କହି ଟାର୍ଗେଟ କଲେ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି । ଗୋଟିଏ ଦଳରେ ଶୃଙ୍ଖଳିତ ବାବେ ରହି ପାରିଲେ ନାହିଁ । ଏବେ ନୂଆ ଦଳ ଗଢିବେ କହୁଛନ୍ତି, କରୁନାହାନ୍ତି , କିଏ ମନା କରୁଛି । ସେ ଜଣେ ଅତୃପ୍ତ ଆତ୍ମା ।ମହାପ୍ରଭୁ ତାଙ୍କୁ ସାହା ହୁଅନ୍ତୁ । ଅନ୍ୟପଟେ ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ। ଏଭଳି କିଛି ଆଭାସ ଦେଲେ ବରିଷ୍ଠ ରାଜନେତା ମହମ୍ମଦ ମୋକିମ । ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ସୁଯୋଗ ଆବଶ୍ୟକତା ରହିଛି । ସେଥିପାଇଁ ସିଏ ଆମ ସହ ଯୋଗାଯୋଗରେ ଅଛନ୍ତି । ଆମେ ମଧ୍ୟ ଯୁବ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରୁଛୁ । କାହା ପାଇଁ କେଉଁ ସ୍ଥାନ ଖାଲି ପଡେ ନାହିଁ ।କିଏ ନା କିଏ ଏହାକୁ ପୂରଣ କରିଥାନ୍ତା । ରାଜ୍ୟରେ ଅନେକ ଉଦୟମାନ ଯୁବକ ଅଛନ୍ତି । ତାଙ୍କୁ କେବଳ ଏକ ସୁଯୋଗରର ଆବ୍ୟକତା ରହିଛି । ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛି । ସେଥିପାଇଁ ଏକ ବିକଳ୍ପର ଆବଶ୍ୟକତା ରହିଛି ।










