24.1 C
Bhubaneswar
Tuesday, February 10, 2026
Homeଓଡିଶାଇବ୍ ନଦୀରେ ନିଖୋଜ ଯୁବକର ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଇବ୍ ନଦୀରେ ନିଖୋଜ ଯୁବକର ଜାରି ରହିଛି ଉଦ୍ଧାର କାର୍ଯ୍ୟ

ସୁନ୍ଦରଗଡ଼ : ଇବ୍ ନଦୀରେ ନିଖୋଜ ଯୁବକଙ୍କ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଗତକାଲି ସନ୍ଧ୍ୟା ପରେ ସର୍ଚ୍ଚ ଅପରେସନ ବନ୍ଦ ରହିଥିବା ବେଳେ ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ନିଖୋଜଙ୍କ ଯୁବକଙ୍କ ସର୍ଚ୍ଚ ଅପରେସନ। ୧୫ ଘଣ୍ଟାରୁ ଅଧିକ ସମୟ ଧରି ନିଖୋଜ ସାତ୍ୱିକଙ୍କ ପତ୍ତା ମିଳୁନାହିଁ। ଗତକାଲି ଅପରାହ୍ନରେ ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡ ଠାରେ ପାଣିରେ ବୁଡି ଯାଇ ନିଖୋଜ ଅଛନ୍ତି ସାତ୍ୱିକ। ତଳସରା ଥାନା ବାଲିଶଙ୍କରା ବ୍ଲକ ଘୋଘର ନିକଟ ଇବ ନଦୀରେ ଦର୍ଶନୀୟ ସ୍ଥାନ କନାକୁଣ୍ଡ ଠାରେ ଏହି ଅଘଟଣ ଘଟିଛି । ପରିବାର ଓ ସାଙ୍ଗ ସାଥୀଙ୍କ ସହ ବୁଲିବାକୁ ଆସିଥିବା ବେଳେ ୫ ଜଣ ସାଙ୍ଗ ହୋଇ ନଦୀରେ ଗାଧୋଉ ଥିବା ବେଳେ ନିଖୋଜ ହୋଇଛନ୍ତି । ସାତ୍ବିକଙ୍କ ବୟସ ୧୮ ବର୍ଷ । ସେ ନିଜ ପରିବାର ସହ ବିଶାଖାପାଟଣାରୁ ପୂଜା ଛୁଟି କାଟିବା ପାଇଁ ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟରେ ଚାକିରି କରୁଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ପୂର୍ବରୁ ସେହି ସ୍ଥାନରୁ ୫ ଜଣଙ୍କ ବୁଡି ମୃତ୍ୟୁ ହୋଇଛି । ଅଗ୍ନିଶମ ବିଭାଗ ସ୍ଥାନୀୟ ଲୋକଙ୍କ ସହଯୋଗରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking