ପୁରୀ : ଫେବୃଆରୀ ୧ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଲେ , ହୁଣ୍ଡି ସ୍ଥାନାନ୍ତର ପାଇଁ ବିଳମ୍ବ ହେଉଛି ଧାଡି ଦର୍ଶନ । କିଛିଦିନ ପାଇଁ ତାରିଖ ଆହୁରି ଗଡିପାରେ । ଫେବୃଆରୀ ୧ରୁ ପ୍ରକ୍ରିୟା ଆରମ୍ଭ ହୋଇପାରେ । ସେହି ପ୍ରକ୍ରିୟା ସରିବା ପରେ ଧାଡି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ ହେବ ।