26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶ‘ଦଣ୍ଡ ଏମିତି ହେବା ଉଚିତ୍‌, ଯାହାକୁ ଦେଖିବା ପରେ ଆଉ କେହି ବି ଏସବୁ କରିବାକୁ...

‘ଦଣ୍ଡ ଏମିତି ହେବା ଉଚିତ୍‌, ଯାହାକୁ ଦେଖିବା ପରେ ଆଉ କେହି ବି ଏସବୁ କରିବାକୁ ସାହସ କରିବେନି’

କୋଲକାତା: ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି ଆଜି ଏସମ୍ପର୍କରେ ନିଜ ମୁହଁ ଖୋଲିଛନ୍ତି। କିଛି ଗଣମାଧ୍ୟମ ପ୍ରତିନିଧି ଏହି ଘଟଣାରେ ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିବା ବେଳେ ଗାଙ୍ଗୁଲି କହିଛନ୍ତି, ଦୋଷୀଙ୍କ ପ୍ରତି ଦଣ୍ଡାଦେଶ ଏମିତି ହେବା ଉଚିତ୍‌, ଯାହାକୁ ଦେଖିବା ପରେ ଆଉ କେହି ବି ଏସବୁ କରିବାକୁ ସାହସ କରିବେନି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗାଙ୍ଗୁଲିଙ୍କ ଏପ୍ରକାର ବୟାନ୍ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ସମର୍ଥନ ସହ ପୀଡ଼ିତାଙ୍କ ପ୍ରତି ନ୍ୟାୟକୁ ସମର୍ଥନ କରିବା ଭଳି ହୋଇଛି।

ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ତୀବ୍ର ସମାଲୋଚିତ ହୋଇଆସୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଜି ଦୋଷୀକୁ ଫାଶୀ ଦଣ୍ଡାଦେଶ ଦାବିରେ ଏକ ଶୋଭାଯାତ୍ରା କରିଛନ୍ତି। ସେହିପରି ସିବିଆଇ ମଧ୍ୟ ଏହି ମାମଲାରେ ଆଜି ଆରଜି କର ମେଡିକାଲ କଲେଜ୍ ଓ ହସ୍ପିଟାଲ କ୍ୟାମ୍ପସ୍‌ରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି। କ୍ରାଇମ୍ ସିନ୍ ରିକ୍ରିଏସନ୍ ସହ ଏହାର ଡିଜିଟାଲ୍ ମ୍ୟାପିଂ କରିବା ନେଇ ମଧ୍ୟ ସିବିଆଇ ଯୋଜନା କରିଛି।

ଏହି ସମୟରେ ମୃତ ଡାକ୍ତରାଣୀଙ୍କ ବାପା ମା’ ସିବିଆଇକୁ ସନ୍ଦେହ କରୁଥିବା କିଛି ଇଣ୍ଟର୍ଣ୍ଣ ଏବଂ ଡାକ୍ତରଙ୍କ ନାମ ସିବିଆଇକୁ ଦେଇଥିବା ମଧ୍ୟ ଜଣାପଡିଛି। କୋଲକାତା ସ୍ଥିତ ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରାଣୀଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ କମ୍ପନ ସୃଷ୍ଟି ହୋଇଛି। ଏହା ବିରୋଧରେ ପୂରା ଦେଶରେ ବିକ୍ଷୋଭ ହେଉଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଘଟଣାର ତଦନ୍ତ କରୁଛି ଓ ବର୍ତ୍ତମାନ ସୁଦ୍ଧା ୩୦ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking