27.1 C
Bhubaneswar
Tuesday, September 17, 2024
Homeଓଡିଶାସାମ୍ବାଦିକଙ୍କୁ ସୁଧ ରିହାତି ପ୍ରଦାନ ପାଇଁ ପ୍ରକ୍ରିୟା ନିର୍ଦ୍ଧାରଣ ହୋଇନାହିଁ

ସାମ୍ବାଦିକଙ୍କୁ ସୁଧ ରିହାତି ପ୍ରଦାନ ପାଇଁ ପ୍ରକ୍ରିୟା ନିର୍ଦ୍ଧାରଣ ହୋଇନାହିଁ

ଭୁବନେଶ୍ୱର : ସାମ୍ବାଦିକମାନଙ୍କୁ ଗୃହ, ଚାରି ଚକିଆ ଓ ଦୁଇ ଚକିଆ ଯାନ ଋଣର ସୁଧ ଉପରେ ୩ ପ୍ରତିଶତ ରିହାତି ଘୋଷଣା ୨୦୧୮ ଜୁନ୍‍ ମାସରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଉପରେ ଅଧିନିୟମ ତିଆରି କରି ୨୦୨୦ ନଭେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ଅଧିନିୟମର କାର୍ଯ୍ୟକାରିତା ପାଇଁ ଢାଞ୍ଚା ଓ ପ୍ରକ୍ରିୟା ନିର୍ଦ୍ଧାରଣ ହୋଇପାରି ନାହିଁ ।

ସାମ୍ବାଦିକମାନଙ୍କୁ ସୁଧ ରିହାତି ପ୍ରଦାନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଧିନିୟମର ଢାଞ୍ଚା ଓ ପ୍ରକ୍ରିୟା ନିର୍ଦ୍ଧାରଣ ହୋଇପାରି ନଥିବରୁ ଏହି ସୁବିଧା କୌଣସି ସାମ୍ବାଦିକଙ୍କୁ ଦିଆଯାଇ ପାରିନାହିଁ । ଏହାକୁ କାର୍ଯ୍ୟକାରୀ କରିବାପାଇଁ ଢାଞ୍ଚା ଓ ପ୍ରକ୍ରିୟା ନିର୍ଦ୍ଧାରଣ କରିବା ସକାଶେ ନିର୍ଦ୍ଦେଶକ, ପ୍ରତିଷ୍ଠାନ ଓ ଅର୍ଥ ବ୍ୟବସ୍ଥା ସହିତ ପତ୍ରାଳାପ ହେଇଛି । ଏହି ପ୍ରସଙ୍ଗରେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି । ବାର୍ଷିକ ୫୦ହଜାର ଟଙ୍କା ଆୟ ସୀମା ଅର୍ନ୍ତଭୁକ୍ତ ଋଣଗ୍ରହୀତା ସାମ୍ବାଦିକମାନଙ୍କ ଦ୍ୱାରା ମୂଳ ଓ ସୁଧର ପରିଶୋଧ ସମ୍ଭାବନା ସଂକ୍ରାନ୍ତରେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କ ସହିତ ସହମତି ହୋଇପାରୁ ନାହିଁ । ଏ ସଂକ୍ରାନ୍ତରେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କ ସହିତ ମିଶିକରି ଦ୍ୱିପାକ୍ଷିକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking