ଲକ୍ଷ୍ନୌ : ଉତ୍ତରପ୍ରଦେଶର ଆମ୍ରୋହାସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଅଘଟଣ । ଟିଫିନ୍ ବକ୍ସରେ ଆମିଷ ଅଣିଥିବାରୁ ଛାତ୍ରଙ୍କୁ ନିଲମ୍ବନ। ସୂଚନା ଅନୁଯାୟୀ, ଜଣେ ନର୍ସରୀ ଛାତ୍ର ତାଙ୍କ ଲଞ୍ଚ୍ ବକ୍ସରେ ଶାକାହାରୀ ଖାଦ୍ୟ ନ ଆଣି ଅମିଷ ଖାଦ୍ୟ ଆଣିଥିବାରୁ ପ୍ରିନ୍ସିପାଲ୍ ତାଙ୍କୁ ନିଲମ୍ବନ କରିଛନ୍ତି । ସୋସିଆଲ ମିଡିଆରେ ଛାତ୍ରଙ୍କ ମାଆଙ୍କ ଦ୍ୱାରା ସୁଟିଂ ହୋଇଥିବା ଏକ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଏବେ ସାମ୍ନାକୁ ଆସିଛି।ଏହି ଭିଡିଓରେ ପ୍ରିନ୍ସିପାଲ ଏବଂ ଶିଶୁର ମା’ଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହେଉଥିବାର ଦେଖିବାକୁ ମିଳିଛି। ପ୍ରଧାନଶିକ୍ଷକ ମାଆଙ୍କୁ କହୁଥିବାର ଶୁଣିବାକୁ ମିଳିଛି ଯେ, ‘‘ଆମେ ଏପରି ପିଲାଙ୍କୁ ଶିକ୍ଷା ଦେବାକୁ ଉଚିତ ଭାବୁନାହୁଁ; ଯିଏ ଆମର ମନ୍ଦିର ପରି ସ୍କୁଲ୍କୁ ଆମୀଷ ଆଣି ତା’ର ସ୍ବଚ୍ଚତାକୁ କ୍ଷୁର୍ଣ୍ଣ କରିବ।’’ ପ୍ରତିଉତ୍ତରରେ ମାଆ କହୁଥିବାର ଶୁଣିବାକୁ ମିଳୁଛି ଯେ ସେ କେବେ ଆମିଷ ଆଣିଲା? ଯାହା ପରେ ପ୍ରିନ୍ସିପାଲ୍ କହୁଥିବାର ଶୁଣିବାକୁ ମିଳୁଛି କି ସେ ଆମୀଷ ଆଣିବା ସହ କହୁଛି ଯେ ସବୁ ପିଲାଙ୍କୁ ଆମିଷ ଖୁଆଇ ମୁଁ ମୁସ୍ଲମାନ ବନାଇବି। ସେ ଅଭିଯୋଗ କରିଛନ୍ତି ଯେ ବାଳକ ସମସ୍ତଙ୍କୁ ଭେଜ ନ ଖାଇବା ଏବଂ ସେମାନଙ୍କୁ ଇସଲାମରେ ପରିଣତ କରିବା ବିଷୟରେ କହିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି ଯେ ଛାତ୍ର ଜଣକ ତାଙ୍କ ଆମିଷ ଭୋଜନକୁ ସ୍କୁଲକୁ ଆଣିବା ପାଇଁ ସ୍ୱୀକାର କରିଛନ୍ତି, ଯେପରିକି ତାଙ୍କ ମା ଏହାକୁ ଅସ୍ୱୀକାର କରିଛନ୍ତି। ତା’ପରେ ମାଆ ନିଜ ପିଲାକୁ ଖୁବ୍ ସରଳ ଓ ନୀରିହ ବୋଲି କହିବା ସହ ଏପରି ପିଲା ପୂରା କଲୋନିରେ ପାଇବନି ବୋଲି କହୁଥିବାର ଶୁଣିବାକୁ ମିଳୁଛି। ଏଭଳି ଭାବେ ଉଭୟ ଉଭୟଙ୍କ ସହ ଯୁକ୍ତିତର୍କ କରିବା ବେଳର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।










