28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶ୧୮ପୃଷ୍ଠାର ସୁଇସାଇଡ ନୋଟ ଲେଖି ଜୀବନ ହାରିଲେ ପ୍ରଧାନଶିକ୍ଷକ

୧୮ପୃଷ୍ଠାର ସୁଇସାଇଡ ନୋଟ ଲେଖି ଜୀବନ ହାରିଲେ ପ୍ରଧାନଶିକ୍ଷକ

ନୂଆଦିଲ୍ଳୀ: ଉତ୍ତରପ୍ରଦେଶର ଜନପଦ ଅମରୋହାର ଗଜରେଲା ଥାନା ଅଞ୍ଚଳସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରେଣୀଗୃହରେ ଫାଶୀ ଦେଇ ଜୀବନ ହାରି ଦେଇଛନ୍ତି । ମୃତ ପ୍ରଧାନଶିକ୍ଷକ ସଞ୍ଜୀବ ୧୮ପେଜ ବିଶିଷ୍ଟ ଏକ ସୁଇସାଇଡ ନୋଟ ବି ଛାଡ଼ି ଯାଇଛନ୍ତି । ଆତ୍ମହତ୍ୟା ନୋଟରେ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଏବଂ ବିଏସଏଙ୍କୁ ଦାୟୀ କରି ପ୍ରଧାନଶିକ୍ଷକ ନିଜର ଦୁଃଖ ପ୍ରକାଶ କରିଛନ୍ତି । ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ୟା ଖବର ପାଇବା ପରେ ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମ୍ପ୍ରତି ପୁଲିସ ଫୋରେନସିକ୍ ଟିମକୁ ଡାକି ପ୍ରଧାନଶିକ୍ଷକଙ୍କ କୋଠରିକୁ ଯାଞ୍ଚ କରି ସିଲ କରି ଦେଇଛି ।

ସୂଚନାଯୋଗ୍ୟ, ଗଜରେଲା ଅଞ୍ଚଳର ସୁଲତାନଠେର ଗ୍ରାମରେ ଥିବା ଆଦର୍ଶ ଜୁନିୟର ହାଇସ୍କୁଲର ସଞ୍ଜୀବ ଥିଲେ ପ୍ରଧାନଶିକ୍ଷକ । କିଛିଦିନ ହେବ ପ୍ରଧାନଶିକ୍ଷକଙ୍କ ବିଦ୍ୟାଳୟର ସହକର୍ମୀଙ୍କ ସହ ବିବାଦ ଲାଗି ରହିଥିବା ଅନ୍ୟ ଶିକ୍ଷକଙ୍କ ସୂତ୍ରରୁ ପ୍ରକାଶ ପାଇଛି । ସଞ୍ଜୀବ କୁମାର ନିଜର ସୁଇସାଇଡ ନୋଟରେ ଲେଖିଛନ୍ତି, ‘ରାଘବେନ୍ଦ୍ର ସିଂ, ସରିତା ସିଂ ଏବଂ ବିଏସସ ମ୍ୟାଡାମଙ୍କୁ ନେଇ ମୁଁ ଦୁଃଖୀ । ଅନେକ ସମୟରେ ରାଘବେନ୍ଦ୍ର ଏବଂ ସରିତା ଦୁର୍ବ୍ୟବହାର କରିବା ସହିତ ମୋତେ ଗାଳିଗୁଲଜ କରିଥାଆନ୍ତି । ପ୍ରତିଦିନ ସେମାନଙ୍କ ନିର୍ଯାତନା ସହିବା ଅପେକ୍ଷା ମରିଯିବା ଭଲ । ମୁଁ ୨୦୧୯ ଏପ୍ରିଲ୍ ୨ ତାରିଖରୁ ସେମାନଙ୍କ ନିର୍ଯାତନାର ଶିକାର ହେଉଛି ।

ମୁଁ ସେମାନଙ୍କର ଯାଞ୍ଚ ସିବିଆଇ ଦ୍ୱାରା କରିବାକୁ ଚାହୁଁଛି । ମୁଁ ସମସ୍ତ ଅଧିକାରୀଙ୍କୁ ହାତଯୋଡ଼ି ଅନୁରୋଧ କରୁଛି ଯେ ଅନୁସନ୍ଧାନ କରୁଥିବା ବ୍ୟକ୍ତି ଯେପରି ମୁରାଦାବାଦର ନହୁଅନ୍ତୁ । କାରଣ ମୁରାଦାବାଦର ସମଗ୍ର ବିଭାଗ ଏମାନଙ୍କ ଦ୍ୱାରା ପ୍ରଚଳିତ । ନିର୍ଯାତନାର ପୁରା କାହାଣୀ ଏହି ଚିଠି ଉଲ୍ଲେଖ ରହିଛି । ଯେ ପର୍ଯ୍ୟନ୍ତ ଡିଏମ ଓ ବିଏସଏ ମ୍ୟାଡମ ଆସି ନାହାନ୍ତି ସେ ପର୍ଯ୍ୟନ୍ତ ମୋର ମୃତଦେହକୁ ସ୍ପର୍ଶ କରିବ ନାହିଁ । ମୋ ପାଖରେ ସ୍କୁଲର କୌଣସି ସାମଗ୍ରୀ ନାହିଁ । ମୋର ମୃତ୍ୟୁ ପରେ ପରିମା ଶର୍ମାଙ୍କୁ ସ୍କୁଲ ଇନଚାର୍ଜ କରିବ । ସେ ସବୁଠାରୁ ବରିଷ୍ଠ ଶିକ୍ଷକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking