32.1 C
Bhubaneswar
Wednesday, September 18, 2024
Homeଦେଶ ବିଦେଶଓଡ଼ିଶାରେ ୧୦ ଲକ୍ଷ ‘ପ୍ରଧାନମନ୍ତ୍ରୀ ଆବାସ’ ବାଣ୍ଟିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ୧୦ ଲକ୍ଷ ‘ପ୍ରଧାନମନ୍ତ୍ରୀ ଆବାସ’ ବାଣ୍ଟିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ରେ ଓଡ଼ିଶା ଗସ୍ତରେ ଆସିବେ । ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ । ଏହାଛଡ଼ା ବିଭିନ୍ନ ରାଜ୍ୟର ୧୦ ଲକ୍ଷ ‘ପ୍ରଧାନମନ୍ତ୍ରୀ ଆବାସ’ ହିତାଧିକାରୀଙ୍କୁ କାର୍ୟ୍ୟାଦେଶ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ଜାତୀୟସ୍ତରର କାର୍ୟ୍ୟକ୍ରମରେ ବିଭିନ୍ନ ରାଜ୍ୟର ଏହି ଆବାସ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ‘ଆବାସ’ର ପ୍ରଥମ କିସ୍ତି ଟଙ୍କା ବାବଦକୁ ୩୧୮୦ କୋଟି ଟଙ୍କା ଡିଜିଟାଲରେ ପଠାଇବେ ପ୍ରଧାନମନ୍ତ୍ରୀ । ଏହି ଉତ୍ସବରେ ମୋଦି ‘ଆବାସ ୍ମ ୨୦୨୪’ ଆପ୍‌ ମଧ୍ୟ ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନ ପରେ ୨୬ ଲକ୍ଷ ହିତାଧିକାରୀ ‘ଗୃହପ୍ରବେଶ’ କରିବେ । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୨,୫୭୨ ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ କରାଯାଇଛି । ଏଥିପାଇଁ ୪୧.୩୨ କୋଟି ଟଙ୍କା ବରାଦ ହୋଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାର ୪ର୍ଥ ପର୍ୟ୍ୟାୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ୨୫ ହଜାର ସଂଯୋଗ ନଥିବା ଜନବସତିକୁ ସଡ଼କ ସଂଯୋଗ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ୨.୯୫ କୋଟି ଘର ପ୍ରଦାନ କରି ୨୦୨୪ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଲକ୍ଷ୍ୟ ହାସଲ କରିବାକୁ ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking