25.1 C
Bhubaneswar
Wednesday, March 11, 2026
Homeଓଡିଶାମନ୍ କି ବାତ୍‌ରେ ରଥଯାତ୍ରା ସମ୍ପର୍କ କହିଲେ ପ୍ରଧାନମନ୍ତ୍ରୀ

ମନ୍ କି ବାତ୍‌ରେ ରଥଯାତ୍ରା ସମ୍ପର୍କ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ ରବିବାର ପୁଣି ଆରମ୍ଭ ହୋଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ, ଯେଉଁଥିରେ ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥାନ୍ତି। ମନ କି ବାତ୍‌ର ୧୧୧ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜିର ଦିନ ପୁଣି ଆସିଛି ଯେଉଁଥିପାଇଁ ଆମେ ସମସ୍ତେ ଫେବୃଆରୀରୁ ଅପେକ୍ଷା କରିଥିଲୁ। ମୁଁ ପୁଣି ଥରେ ମୋ ପରିବାର ସଦସ୍ୟଙ୍କ ମଧ୍ୟରେ ‘ମନ୍ କି ବାତ୍’ ମାଧ୍ୟମରେ ଆସିଛି ।

ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ସପ୍ତାହରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ମାସର ଶେଷ ରବିବାରରେ ପ୍ରସାରିତ ହୋଇଥାଏ। ଏହାପୂର୍ବରୁ ‘ମନ କି ବାତ୍’ ଗତ ଫେବୃଆରୀ ୨୫ ରେ ପ୍ରସାରିତ ହୋଇଥିଲା। ପରେ ଲୋକସଭା ନିର୍ବାଚନ ଯୋଗୁ ଏହାକୁ ବନ୍ଦ କରିବାକୁ ପଡିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking