31.1 C
Bhubaneswar
Tuesday, March 24, 2026
Homeଓଡିଶାପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଭୁବନେଶ୍ୱର : ଦୀପାବଳି ପରେ ପରେ ପଡ଼ିଲା ମହଙ୍ଗା ମାଡ଼ । ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର। ଗତ ମାସ ପରି ଚଳିତ ମାସ ବି ବଢ଼ିଛି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ । ୧୯ କିଲୋଗ୍ରାମ ଗ୍ୟାସ୍‌ ଯୁକ୍ତ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୬୨ ଟଙ୍କା ଲେଖା ବଢ଼ିଛି । ଆଜିଠୁ ଏହି ନୂଆ ଦର ଲାଗୁ ହେବ । ଗତ ୪ ମାସ ହେବ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ବଢ଼ିବାରେ ଲାଗିଛି। ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦାମ ୧୭୪୦ ଟଙ୍କାରୁ ବଢ଼ି ୧୮୦୨ ଟଙ୍କାରେ ପହଞ୍ଚି। କୋଲକତାରେ ଏହା ପୂର୍ବରୁ ୧୮୫୦.୫୦ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୧୯୧୧.୫୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ପୂର୍ବରୁ ୧୬୯୨.୫୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ଏବେ ୧୭୫୪ ଟଙ୍କାରେ ଉପଲବ୍ଧ ହେବ । ଚେନ୍ନାଇରେ ସିଲିଣ୍ଡର ଦାମ ୧୯୦୩ ଟଙ୍କାରୁ ବୃଦ୍ଧି ପାଇ ୧୯୬୪ ଟଙ୍କାରେ ପହଞ୍ଚିଛି। ଗତ ୪ ମାସ ହେବ ନିୟମିତ ଭାବେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ବୃଦ୍ଧି ପାଉଛି। ଅଗଷ୍ଟ ମାସରେ ଏହାର ଦାମ ୮ରୁ ୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ସେପ୍ଟେମ୍ବର ମାସରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦର ପ୍ରାୟ ୩୯ ଟଙ୍କା ବୃଦ୍ଧି ପାଇଥିଲା। ଗତ ମାସ ଏହା ୪୮.୫୦ରୁ ୫୦ ଟଙ୍କା ଯାଏଁ ବଢ଼ିଥିବା ବେଳେ ଚଳିତ ମାସ ୬୨ ଟଙ୍କା ବଢ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking