28.1 C
Bhubaneswar
Monday, June 23, 2025
Homeଦେଶ ବିଦେଶମହାକୁମ୍ଭରେ ବୁଡ ପକାଇଲେ ରାଷ୍ଟ୍ରପତି

ମହାକୁମ୍ଭରେ ବୁଡ ପକାଇଲେ ରାଷ୍ଟ୍ରପତି

ପ୍ରୟାଗରାଜ : ଆଜି ପ୍ରୟାଗରାଜରେ ବୁଡ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିନ ୧୧ଟାରେ ପ୍ରୟାଗରାଜରେ ପହଞ୍ଚି ବୁଡ ପକାଇଛନ୍ତି ରାଷ୍ଟ୍ରପତି । ଅକ୍ଷୟ ବଟ ଓ ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କାଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୟୁପି ସରକାର  ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତିି । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ପରେ ପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ କୁମ୍ଭମେଳାରେ ବୁଡ ପକାଇଛନ୍ତି । ଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ପ୍ରବଳ ଗହଳି । ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡ଼ି । ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବନ୍ଦ କରିଦିଆଯାଇଛି । ଷ୍ଟେସନରେ ପାଦ ରଖିବାକୁ ବି ଜାଗା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking