29.1 C
Bhubaneswar
Friday, February 6, 2026
Homeଓଡିଶାପୋଲିସ ରକ୍ଷା କରିପାରୁନି ପୋଲିସକୁ, ରାଜ୍ୟବାସୀଙ୍କୁ କି ସୁରକ୍ଷା ଦେବ

ପୋଲିସ ରକ୍ଷା କରିପାରୁନି ପୋଲିସକୁ, ରାଜ୍ୟବାସୀଙ୍କୁ କି ସୁରକ୍ଷା ଦେବ

ଭୁବନେଶ୍ୱର: ଜଙ୍ଗଲରେ ନିଆଁ ଲାଗିଲା ଭଳି ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି। ଗଣ ଦୁଷ୍କର୍ମ ଓ ନାରୀ ହତ୍ୟା ଏକ ସାଧାରଣ ଘଟଣାରେ ପରିବର୍ତ୍ତନ ହେଲାଣି। ବାଲିହରଚଣ୍ଡିପୁର ଗଣ ଦୁଷ୍କର୍ମ ପରେ ଭୁବନେଶ୍ୱରରୁ ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ନିଖୋଜ ଓ କେନ୍ଦୁଝରରେ ମୃତ ଶରୀର ମିଳିବା ଆଦି ନେଇ ପିସିସି ସଭାପତିଙ୍କ ନିର୍ଦେଶରେ ଏକ ତଥ୍ୟ ଅନୁଧ୍ୟାନ କମିଟି ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା। ଏହି ଅନୁଧ୍ୟାନ କମିଟି ପକ୍ଷରୁ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଗଣମାଧ୍ୟମକୁ ନିଜ ଅଭିଭାଷଣରେ ଅଧ୍ୟକ୍ଷା ପଟ୍ଟନାୟକ କହିଲେ, ରାଜ୍ୟରେ ଯେପରି ନାରୀ ନିର୍ଯ୍ୟାତନା ଘଟୁଛି ତାହା ବର୍ଣନା କରିବାକୁ ମୁହଁରେ ଭାଷା ନାହିଁ। ପ୍ରତ୍ୟେକ ଦିନ ରାଜ୍ୟରେ ଗଣ ଦୁଷ୍କର୍ମ, ହତ୍ୟା, ଅପହରଣ ଆଦି ଦାରୁଣ ଘଟଣା ଘଟୁଛି। କିନ୍ତୁ ଏସବୁ ରୋକିବାରେ ସରକାର ସମ୍ପୂର୍ଣ ବିଫଳ ଥିବାବେଳେ ପୋଲିସବାହିନୀର ମହିଳାଙ୍କୁ ନ୍ୟାୟ ଦେଉପାରୁନି ପୋଲିସ। କଂଗ୍ରେସ କିନ୍ତୁ ସମସ୍ତ ନାରୀ ଜାତି ପାଇଁ ଲଢେଇ କରୁଛି, କରିବ। ମୃତ କନେଷ୍ଟବଳ ଶୁଭମିତ୍ରାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ପାଇଁ ମହିଳା କଂଗ୍ରେସ ସରକାରଙ୍କଠାରେ ଦାବୀ କରୁଛି ବୋଲି ଅଧ୍ୟକ୍ଷା ପ୍ରକାଶ କରିଥିଲେ।

ଅନ୍ୟତମ କଂଗ୍ରେସ ନେତ୍ରୀ ନିରୁପମା ପାତ୍ର ନାରୀ ପ୍ରତି ପ୍ରତିକୂଳ ମନୋଭାବ ପୋଷଣ କରୁଥିବାରୁ ସରକାରଙ୍କୁ କଠୋର ସମାଲୋଚନା କରି କହିଲେ, କୌଣସି ନିର୍ଯାତିତା ନାରୀ, ସୌମ୍ୟା, ବଳଙ୍ଗା ଛାତ୍ରୀ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇଲେ ନାହିଁ। ଅପୁତ୍ରିକର ପୁତ୍ର ଲାଭ ହେଲେ ଯେଭଳି ପୁତ୍ର ସ୍ନେହରେ ପାଗଳ ହୁଅନ୍ତି, ଶାସନରେ ଥିବା ଦଳ କ୍ଷମତାକୁ ଆସିଲାପରେ ସେଭଳି ବ୍ୟବହାର କରୁଛି। କେବଳ ଅର୍ଥ ଉପାର୍ଜନ ବ୍ୟତୀତ ତା ପାଇଁ ଅନ୍ୟ କୌଣସି ବିଷୟ ଗୁରୁତ୍ୱପୂର୍ଣ ନୁହେଁ। ଏପରିକି ନାରୀ ମଧ୍ୟ ସୁରକ୍ଷିତ ନୁହେଁ। ଦିନ ଦ୍ବିପହରରେ, ଜନବସତି ଅଞ୍ଚଳରେ ତାହା ପୁଣି ପର୍ଯ୍ୟଟନସ୍ଥଳୀରେ ଗଣ ଦୁଷ୍କର୍ମ ଘଟୁଛି ଖୋଦ ପୁଲିସ ବିଭାଗର ମହିଳା ଟ୍ରାଫିକ କନେଷ୍ଟବଳ ଦୀର୍ଘ ୧୧ ଦିନ ଧରି ନିଖୋଜ ରହୁଛନ୍ତି ଏବଂ ପରଦିନ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ମାଟି ତଳେ ତାଙ୍କ ଶବ ମିଳୁଛି। ତାହା ପୁଣି ନିଜ ବିଭାଗର କର୍ମଚାରୀଙ୍କ ଦ୍ୱାରା ହତ୍ୟା ହେଉଛି। ପୁଲିସରେ ନିଜ ମହିଳା କର୍ମଚାରୀ ସୁରକ୍ଷିତ ନୁହନ୍ତି ୟେ କଣ ସାଧାରଣ ମହିଳାଙ୍କୁ ସୁରକ୍ଷା ଦେବେ। ପୁଲିସ ବର୍ତ୍ତମାନ ସରକାରଙ୍କ ହାତବାରିସୀ ସାଜିଛି। କଂଗ୍ରେସ ସବୁବେଳେ ମହିଳାଙ୍କ ପାଇଁ ଲଢେଇ କରିଛି। ଆମ ସରକାର ସମୟରେ ଅଞ୍ଜନା ଘଟଣାରେ ବିଜେପି ବିଜେଡି କୋଳାକୋଳି ହୋଇ ସାରା ରାଜ୍ୟ କମ୍ପାଇ ଦେଇଥିଲେ। ଆମ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ବିଜେପି ସରକାରଙ୍କ ନୈତିକତା ଗଲା କୁଆଡେ ବୋଲି ଶ୍ରୀମତୀ ପାତ୍ର ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରଣତି ମିଶ୍ର ବିଜେପି ସରକାର ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ ସମ୍ପୂର୍ଣ ହରାଇ ସାରିଲାଣି। ତେଣୁ ତୁରନ୍ତ ସରକାର ଇସ୍ତଫା ଦେବା ଉଚିତ ବୋଲି କହିଥିଲେ। ଏହି ସାମ୍ୱାଦିକ ସମ୍ମିଳନୀରେ ତଥ୍ୟ ଅନୁଧ୍ୟାନ କମିଟି ଅଧ୍ୟକ୍ଷା ଜୟଶ୍ରୀ ପଟ୍ଟନାୟକଙ୍କ ସହିତ କମିଟିର ଅନ୍ୟ ସଦସ୍ୟା ପ୍ରଣତି ମିଶ୍ର, ସୁନିତା ବିଶ୍ଵାଳ, କୁସୁମ ପ୍ରଧାନ, ଅମିତା ବିଶ୍ଵାଳ, ନିରୁପମା ପାତ୍ର, ଗୀତାଞ୍ଜଳି ମହାନ୍ତି, ଶିଲି ସେଠି ଓ ଶ୍ରୀୟାସ୍ମିତା ପଣ୍ଡା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking