28.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶବିମାନକୁ ବୋମା ଧମକ ପଛରେ ଥିବା ନବାଳକକୁ ଧରିଲା ପୋଲିସ

ବିମାନକୁ ବୋମା ଧମକ ପଛରେ ଥିବା ନବାଳକକୁ ଧରିଲା ପୋଲିସ

ନୂଆଦିଲ୍ଲୀ: ମାତ୍ର ୪୮ ଘଣ୍ଟା ମଧ୍ୟରେ ୧୨ ବିମାନକୁ ବୋମା ଧମକ ଦେଇ ପୂରା ଦେଶକୁ ଦୋହଲାଇ ଦେବା ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ଏପରି ବୋମା ଧମକ ପଛରେ ଥିବା ନାବଳକଙ୍କୁ ଶେଷରେ ପୋଲିସ ଧରିବାକୁ ସକ୍ଷମ ହୋଇଛି । ଛତିଶଗଡ଼ର ଏହି ନାବାଳକକୁ ଧରିଛି ମୁମ୍ବାଇ ପୋଲିସ । ରାଜନନ୍ଦଗାଓଁର ଏହି ୧୭ ବର୍ଷ ନାବାଳକ ନିଜ ସାଙ୍ଗକୁ ଫସାଇବା ପାଇଁ ଏପରି ଷଡ଼ଯନ୍ତ୍ର କରିଥିଲା । ଏଥିପାଇଁ ସେ ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଧମକ ଦେବାରେ ଲାଗିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପୋଲିସ ନାବାଳକର ବାପାଙ୍କୁ ମଧ୍ୟ ଘନଘନ ଜେରା କରୁଛି । ସୂଚନା ଅନୁସାରେ, ବିମାନଗୁଡ଼ିକ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିବା ନାବଳକ ଜଣକ ସ୍କୁଲ ଡ୍ରପ ଆଉଟ । ଅର୍ଥାତ ସେ ଅଧାରୁ ପାଠପଢ଼ା ଛାଡ଼ିଛି । ମଙ୍ଗଳବାର ପୁଲିସ ତା’ ବାପାଙ୍କୁ ସମନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking