27.1 C
Bhubaneswar
Saturday, March 15, 2025
Homeଦେଶ ବିଦେଶବିମାନରେ ଲାଗିଲା ନିଆଁ; ୨୭୬ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ବିମାନରେ ଲାଗିଲା ନିଆଁ; ୨୭୬ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଇସଲାମାବାଦ୍‌: ପାକିସ୍ତାନ ପେଶାୱରର ବାଚା ଖାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସାଉଦି ଏୟାରଲାଇନ୍ସର ୭୯୨ ବିମାନରେ ନିଆଁ ଲାଗିଯାଇଥିଲା । ବିମାନରେ ୨୭୬ ଜଣ ଯାତ୍ରୀ ଓ ୨୧ ଜଣ କ୍ରୁ ମେମ୍ବରଙ୍କୁ ମିଶାଇ ପ୍ରାୟ ୩୦୦ଲୋକ ଥିଲେ । ଏହି ବିମାନ ସାଉଦିଆରବର ରିୟାଦରୁ ପେଶାୱରରେ ପହଞ୍ଚିଥିଲା । ଅଧିକାରୀ କହିଛନ୍ତି ଯେ ବିମାନର ଲ୍ୟାଣ୍ଡିଂ ଗିୟରରେ ନିଆଁ ଲାଗିଯାଇଥିଲା । ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

କେବଳ ୧୦ ଯାତ୍ରୀ ସାମାନ୍ୟ ଆଘାତପ୍ରାପ୍ତ ହୋଇଛନ୍ତି । ତେବେ ମୋଟାମୋଟି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନ ମଧ୍ୟରୁ କାଢ଼ି ନିଆଯାଇଥିଲା । ସାଉଦି ଏୟାରଲାଇନ୍ସର ଏହି ବିମାନଟି ଗୁରୁବାର ସକାଳେ ପେଶାୱର ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରେ ଏକ ଲୁପ୍ ଅନ୍ କରୁଥିଲା, ଏହାର ବାମ ଅବତରଣ ଗିୟରରେ ଧୂଆଁ ଦେଖାଯାଇଥିଲା । ଅଧିକାରୀମାନେ କିଛି ବୁଝିବା ପୂର୍ବରୁ ନିଆଁ ଲାଗିବା ଆରମ୍ଭ କଲା । ତେବେ ଅଧିକାରୀଙ୍କ ତତ୍ପରତା ହେତୁ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ଲୋକଙ୍କୁ ସୁରକ୍ଷିତ ଭାବେ ବିମାନରୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking