ନୂଆଦିଲ୍ଲୀ : ନୂଆବର୍ଷ ସମସ୍ତଙ୍କ ପାଇଁ ଶୁଭଚିନ୍ତା ଆଣିଥାଏ। ଘରେ ଘରେ ପିଠାର ଆସର ଜମିଥାଏ । ଏହି ଖୁସିରେ ଲୋକମାନେ ବାହାରକୁ ଯିବା ପାଇଁ ବେଶ ଖୁସିଥାଆନ୍ତି । ବହୁ ସଂଖ୍ୟାରେ ପର୍ଯ୍ୟଟକ ବାହାରକୁ ବୁଲିବାକୁ ଆସନ୍ତି । ପିକନିକ ଜାଗାକୁ ଆସି ଉପଭୋଗ କରନ୍ତି ପର୍ଯ୍ୟଟକ । ସବୁଠୁ ବଡ କଥା କାଜିରଙ୍ଗା ଜାତୀୟ ଉଦ୍ୟାନ ନିକଟରେ ଥିବା ପିକନିକ୍ ସ୍ପଟ୍ ଏବଂ ପାର୍କରେ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଉପଭୋଗ କରିପାରିବେ । କାଜିରଙ୍ଗା ଜାତୀୟ ଉଦ୍ୟାନ ଆସାମର ଏକ ଅଞ୍ଚଳ । ଯେଉଁଠି ଆର୍ଦ୍ରଭୂମି ଏବଂ ତୃଣଭୂମିରେ ବାଘ, ହାତୀ ଏବଂ ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡାଦେଖିବାକୁ ମିଳିବ । ଏହି ସମୟରେ, ପର୍ଯ୍ୟଟକମାନେ ନୂତନ ବର୍ଷର ସପ୍ତାହ ଶେଷରେ ସାରା ଦେଶରେ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ରେ ବୁଲିବପାଇଁ ବାହାରିପଡ଼ନ୍ତି।ହିମାଚଳ ପ୍ରଦେଶ ସ୍ୱଚ୍ଛ ଆକାଶ ଏବଂ ଭଲ ପାଗ ସହିତ ସ୍ୱାଗତ କରିଥାଏ ପର୍ଯ୍ୟଟକମାନଙ୍କୁ । ନୂଆବର୍ଷ ପୂର୍ବରୁ ହିମାଚଳ ପ୍ରଦେଶର ପାହାଡ଼ିଆ ରାଜ୍ୟକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଭିଡ଼ ଜମାଇଥିଲେ। ଏହି ସମୟରେ ଜାତୀୟ ରାଜଧାନୀରେ ନୂଆଦିଲ୍ଲୀରେ ନୂଆବର୍ଷ ପାଳନ ପୂର୍ବରୁ ସୁରକ୍ଷା ଦୃଷ୍ଟି ଦିଲ୍ଲୀ ପୋଲିସ ସହରର ବିଭିନ୍ନ ସ୍ଥାନରେ କଡାକଡୀ ରଖାଯାଇଛି । ଯାହାକି ନୂତନ ବର୍ଷର ୨୦୨୫ ଉତ୍ସବ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି ।