21.1 C
Bhubaneswar
Saturday, February 7, 2026
Homeଓଡିଶାବିଜେପି ସରକାରଙ୍କ ବିଶ୍ୱାସଘାତକତାର ଜବାବ ଭୋଟରେ ଦେବେ ନୂଆପଡ଼ାବାସୀ

ବିଜେପି ସରକାରଙ୍କ ବିଶ୍ୱାସଘାତକତାର ଜବାବ ଭୋଟରେ ଦେବେ ନୂଆପଡ଼ାବାସୀ

ବିଜେପି ସରକାର ମିଛ ପ୍ରଚାରରେ ହିରୋ, କାମରେ ଜିରୋ
୧୬ ମାସ ହେଲା ରାଜ୍ୟ ସାରା ବିକାଶ କାମ ବନ୍ଦ
ପାଣିର ଗାର ହୋଇଛି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି
ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି
ମିଶନ ଶକ୍ତି ମା’ ମାନଙ୍କ ଆଖିରୁ ଲୁହ ଝରୁଛି
ଭୋଟ୍ ଚୋରି କରି ସରକାର ଗଢ଼ିଥିଲେ, ଏବେ ପ୍ରାର୍ଥୀ ଚୋରି କରିଛନ୍ତି

ନୂଆପଡ଼ା : ବିଜେଡି ସରକାର ସମୟରେ ନୂଆପଡ଼ା ସମେତ ରାଜ୍ୟର ସବୁ ଜିଲାରେ ବିକାଶମୂଳକ କାମ ଦ୍ରୁତ ଗତିରେ ଆଗକୁ ବଢ଼ୁଥିଲା । କିନ୍ତୁ ବିଜେପି ସରକାର ଆସିବାପରେ ପରିସ୍ଥିତି ପୂରା ବଦଳି ଯାଇଛି । ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି । ଭାଇଚାରାର ରାଜ୍ୟ, ଓଡିଶା ସୁନାମ ଆଜି ନଷ୍ଟ ହୋଇଗଲାଣି । ବିଜେପି ଶାସନରେ ଓଡ଼ିଶାର ଲୋକେ ଅତିଷ୍ଠ ହୋଇଗଲେଣି । ଭୋଟ ଚୋରୀ କରୁଥିଲେ, ଏବେ ପ୍ରାର୍ଥୀ ଚୋରୀ କରୁଛନ୍ତି । ନୂଆପଡାବାସୀ, ବିଜୁ ଜନତା ଦଳ ସହ ବିଜେପି କରିଥିବା ବେଇମାନୀ ପାଇଁ ଲୋକମାନଙ୍କ ମନରେ କ୍ରୋଧ ରହିଛି । ଏ ବିଶ୍ୱାସଘାତକତାର ଜବାବ ନୂଆପଡାବାସୀ ୧୧ ତାରିଖ ଦିନ ଭୋଟ୍ରେ ଦେବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି । ସୋମବାର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବା ଅବସରରେ କୋମନା ବ୍ଳକ୍ର ତାରାବୋଡ଼, ଧାନମଣ୍ଡି ପଡିଆରେ ଆୟୋଜିତ ବିଶାଳ ଜନସଭାକୁ ସମ୍ୱୋଧିତ କରି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରଥମେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲ୍ଲା ଗଠନରେ ବିଜୁବାବୁଙ୍କ ଅବଦାନ ବିଷୟରେ ସ୍ମରଣ କରିଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ସରକାର ସମୟରେ ନୂଆପଡା ଜିଲ୍ଲାର ପ୍ରଭୂତ ଉନ୍ନତି ହୋଇଥିଲା । ବିଜୁ ଏକ୍ସପ୍ରେସ ୱେ ଠାରୁ ଆରମ୍ଭ କରି ଭଲ ପିଇବା ପାଣି, ୧୦ହଜାର ହେକ୍ଟରରୁ ଅଧିକ ଜମିକୁ ପାଣି ଦିଆଯାଇଛି । ସୁନାବେଡା ଅଭୟରଣ୍ୟର ଲୋକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା । କିନ୍ତୁ ବିଜେପି ସରକାର ଆସିବାପରେ ପରିସ୍ଥିତି ପୂରା ବଦଳି ଯାଇଛି ବୋଲି କହି ଶ୍ରୀଯୁକ୍ତ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ ।

ଶ୍ରୀଯୁକ୍ତ ପଟ୍ଟନାୟକ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଗୋଟମା ଏୟାରଷ୍ଟ୍ରିପ୍ରେ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ସଭା ସ୍ଥଳକୁ ଯାଇଥିଲେ । ହଜାର ହଜାର ସମର୍ଥକ ଓ ସାଧାରଣ ଜନତାଙ୍କ ଉପସ୍ଥିତିରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ କରି କହିଥିଲେ, ନୂଆପଡ଼ାରେ କେବଳ ବିଜେଡି ହିଁ ବିକାଶ ଜାରି ରଖିପାରିବ । ନୂଆପଡ଼ାବାସୀ ସର୍ବଦା ନବୀନ ବାବୁଙ୍କ ସହିତ ଥିଲେ ଆଉ ରହିବେ । ବିଜେଡି ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି କହିଥିଲେ । ଏହି ଜନସଭାରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ, ଟୁକୁନୀ ସାହୁ, ଅବନୀ ଯୋଷୀ, ମନୋଜ ମିଶ୍ର, ଅଧିରାଜ ପାଣିଗ୍ରାହୀ, ପ୍ରତାପ କେଶରୀ ଦେବ, ସୁଦାମ ମାରାଣ୍ଡି, ପୁଷ୍ପେନ୍ଦ୍ର ସିଂ ଦେଓ, ନିରଂଜନ ବିଶି, ଶୁଭାଶିଷ ଖୁଣ୍ଟିଆ, ମୁନ୍ନା ଖାନ୍, ସର୍ମିଷ୍ଠା ସେଠୀ, ଡଲି ମାଝୀ, ଦୀପିକା ଦୀପ, କ୍ଷମାନିଧି ନିଆଲ, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ସୁଶାନ୍ତ କୁମାର ରାଉତ, ବିଶ୍ୱ ରଞ୍ଜନ ମଲ୍ଲିକ, ନଳୀନିକାନ୍ତ ପ୍ରଧାନ, ଯୋଗେଶ ସିଂ, ପ୍ରଦୀପ ମାଝୀ, ସଞ୍ଜୀବ ମଲ୍ଲିକ, କଳିକେଶ ସିଂଦେଓ, ରୂପେଶ ପାଣିଗ୍ରାହୀ, ମନୋଜ ମିଶ୍ର, ମାଧବ ଧଡ଼ା, ଉମାକାନ୍ତ ସାମନ୍ତରାୟ, ରବି ନାରାୟଣ ନନ୍ଦ, ଜଗନ୍ନାଥ ସାରକା, ରମେଶ ମାଝୀ, ସୁବାସ ସିଂ, ଡ. ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର, ଦୁଷ୍ମନ୍ତ ନାୟକ, ଗିରିଜା ସିଂ ମାଝୀ, ଇଶ୍ୱର ପାଣିଗ୍ରାହୀ, ହେମନ୍ତ ସାମନ୍ତରାୟ, ସରୋଜ ମେହେର, ମୁନା ମହାନ୍ତି, ଅବିନାଶ ସାମଲ ପ୍ରମୁଖ ଭାଷଣ ଦେଇ ଶଙ୍ଖ ଚିହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।

ବିଜେପି ସରକାରଙ୍କୁ ସମାଲୋଚନା କରି ଶ୍ରୀଯୁକ୍ତ ପଟ୍ଟନାୟକ ଆହୁରି କହିଥିଲେ, ଯେ ସାରା ରାଜ୍ୟରେ ଏବେ ବିକାଶ କାମ ପୂରା ବନ୍ଦ ହୋଇଯାଇଛି । ଆଇନ ଶୃଙ୍ଖଳା ପୂରା ଭୁଶୁଡି ଯାଇଛି । ରାଜ୍ୟରେ ଏକ ନୀରବ ବିପ୍ଲବ ଆଣିଥିବା ମିଶନ୍ ଶକ୍ତି ମା’ ମାନେ ଆଜି ଋଣ ପାଉନାହାଁନ୍ତି । ୮ ମାସ ହେଲା ମିଶନ ଶକ୍ତି ମାମାନେ ଦରମା ପାଉ ନ ଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ । ଏ ସରକାର କେବଳ ମିଛ ପ୍ରଚାରରେ ମାତିଛି । ମିଛ ପ୍ରଚାରରେ ହିରୋ, କିନ୍ତୁ କାମରେ ଜିରୋ । ଏ ସରକାର ଗେମ୍ ଚେଞ୍ଜର ନୁହେଁ ନେମ ଚେଞ୍ଜର ସରକାର । ରଙ୍ଗ ମରା ସରକାର । ୩୦୦ ୟୁନିଟ ମାଗଣା ବିଜୁଳି, ସବୁ ବୁଢ଼ାବୁଢ଼ୀଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା, ସବୁ ପଂଚାୟତର ୧୦୦ ଯୁବକଙ୍କୁ ଚାକିରୀ ଭଳି ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟି ଯାଇଛି । ଚାଷୀଙ୍କୁ ସାର ମିଳୁନି, କଟନୀ ଛଟନୀ ବନ୍ଦ ହେଲାଣି । ବିଏସକେୱାଇକୁ ଭଲ ଥିଲା କି ଆୟୁଷ୍ମାନ କାର୍ଡ ଭଲ, ତାହା ଶ୍ରୀଯୁକ୍ତ ପଟ୍ଟନାୟକ ଲୋକଙ୍କୁ ପ୍ରଶ୍ନ କରିଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ ବିଜେପି ଭୋଟ ଚୋରି କରି ସରକାର ଗଢ଼ିଥିଲା । ଏବେ ପ୍ରାର୍ଥୀ ଚୋରି କରୁଛନ୍ତି । ଆସନ୍ତା ୧୧ ତାରିଖରେ ନୂଆପଡ଼ାବାସୀ ବିଜେପିକୁ ଏହି ପ୍ରତାରଣାର ଜବାବ ଦେବେ ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking