26.1 C
Bhubaneswar
Thursday, December 25, 2025
Homeଖେଳସରିଲା ପ୍ୟାରିସ୍‌ ଅଲିମ୍ପିକ୍ସ

ସରିଲା ପ୍ୟାରିସ୍‌ ଅଲିମ୍ପିକ୍ସ

ପ୍ୟାରିସ୍‌: ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ୩୩ତମ ସଂସ୍କରଣ ରବିବାର ରାତିରେ ମହାସମାରୋହରେ ଉଦ୍‌ଯାପିତ ହୋଇଛି। ୧୬ ଦିନ ଧରି ଅନୁଷ୍ଠିତ ଏହି କ୍ରୀଡ଼ାକୁମ୍ଭରେ ଆମେରିକା ୪୦ ସ୍ୱର୍ଣ୍ଣ ସହ ୧୨୬ଟି ପଦକ ଜିତି ପ୍ରଥମ ସ୍ଥାନରେ ରହିଛି। ୪୦ ସ୍ୱର୍ଣ୍ଣ ସହ ୯୧ଟି ପଦକ ଜିତି ଚୀନ୍‌ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏଥିରେ ଭାରତରୁ ୧୧୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲାବେଳେ ନୀରଜ ଚୋପ୍ରାଙ୍କ ଏକମାତ୍ର ରୌପ୍ୟ ସହ ଭାରତ ୬ଟି ପଦକ ଜିତିବାରେ ସମର୍ଥ ହୋଇଛି। ସୁଟିଂରେ ଭାରତକୁ ସର୍ବାଧିକ ପଦକ ମିଳିଥିଲାବେଳେ ଭାରତୀୟ ହକି ଦଳ କ୍ରମାଗତ ଦ୍ୱିତୀୟଥର କାଂସ୍ୟ ପଦକ ହାସଲ କରିଛି। ୪ବର୍ଷ ପରେ ଅର୍ଥାତ୍‌ ଆମେରିକାର ଲସ୍‌ ଏଞ୍ଜେଲ୍ସରେ ଅଲିମ୍ପିକ୍ସର ୩୪ତମ ସଂସ୍କରଣ ଆୟୋଜିତ ହେବ। ଫ୍ରାନ୍ସର ଜାତୀୟ ଷ୍ଟାଡିୟମ ଷ୍ଟେଟ୍‌ ଡି ଫ୍ରାନ୍ସରେ ପାରମ୍ପରିକ ଭାବେ ଖେଳାଳିଙ୍କ ପରେଡରୁ ଉଦ୍‌ଯାପନୀ ଉତ୍ସବ ଆରମ୍ଭ ହୋଇଥିଲା। ପରେଡରେ ଗ୍ରୀସ୍‌ ଦେଶ ପ୍ରଥମେ ଆସିଥିଲାବେଳେ ବନ୍ଧୁକ ଚାଳକ ମନୁ ଭାକର ଓ ପିଆର ଶ୍ରୀଜେଶ ଭାରତର ଧ୍ୱଜାବହନ କରିଥିଲେ। ପରେଡ ପରେ ଆରମ୍ଭ ହୋଇଥିଲା ଉଦ୍‌ଯାପନୀ ଉତ୍ସବର ରଙ୍ଗାରଙ୍ଗ କାର୍ୟ୍ୟକ୍ରମ। ନୃତ୍ୟ, ସଙ୍ଗୀତର ତାଳେ ତାଳେ ଝୁମିଥିଲେ ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking