ଭୁବନେଶ୍ୱର : ରାଜଭବନ ଲୋକଙ୍କ ନିକଟକୁ ଆସିବା ଦରକାର ା ଲୋକଙ୍କ ଠାରୁ ଦୂରରେ ରହିବା କଥା ନୁହେଁ । ଖୁସି ଲାଗିଲା ଲୋକେ ଏଠାକୁ ବୁଲିବାକୁଆସୁଛନ୍ତି । ଲୋକଙ୍କ ପାଇଁ ରାଜଭବନ ବର୍ଷକୁ ଥରେ ଦୁଇଥର ଖୋଲିବା ଉଚିତ । ଦରକାର ପଡିଲେ ଏନେଇ ଅଧିକ ଚିନ୍ତା କରାଯିବ । ରାଜ୍ୟପାଳ ହରିବାବୁ କମ୍ଭମପତି ପ୍ରତିକ୍ରିୟା ରଖିଛନ୍ତି ।ରାଜଭବନରେ ଛୋଟଛୋଟ ପିଲାଙ୍କୁ ଭେଟିଲେ ରାଜ୍ୟପାଳ ।