25.1 C
Bhubaneswar
Saturday, December 20, 2025
Homeଅପରାଧକୁରାଢ଼ୀ ଚୋଟରେ ବୃଦ୍ଧାଙ୍କ ମୁଣ୍ଡଗଣ୍ଡି ଅଲଗା

କୁରାଢ଼ୀ ଚୋଟରେ ବୃଦ୍ଧାଙ୍କ ମୁଣ୍ଡଗଣ୍ଡି ଅଲଗା

ମୟୂରଭଞ୍ଜ : ଧାରୁଆ ଅସ୍ତ୍ରରେ ହାଣି ଗଣ୍ଡିମୁଣ୍ଡ ଅଲଗା କରି ଦୁଇଭାଗ କରିଦେଲା। ଆଉ ଅନ୍ଧବିଶ୍ବାସ ସାଙ୍ଗକୁ ସନ୍ଦେହ ନେଇଗଲା ଜଣେ ନିରୀହ ମଣିଷର ଜୀବନ। ତେବେ ଡାହାଣୀ ସନ୍ଦେହରେ ଘଟିଯାଇଛି ଜଘନ୍ୟ ଏହି ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି। ନୃଶଂସ ଭାବେ ଗାଁ ଦାଣ୍ଡରେ ହତ୍ୟା କରିଛି ଅଭିଯୁକ୍ତ। ତେବେ ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ କେନ୍ଦୁଡ଼ିହା ପଞ୍ଚାୟତ ଅଧୀନ କୁଳିଅଣା ନିଶ୍ଚିନ୍ତପୁର ଠାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ମୃତା ଜଣକ ସେହି ଗାଆଁ ର 70 ବର୍ଷ ବୟସ୍କା ବିଧବା ଗୌରୀ ବେହେରା। ଗୌରୀଙ୍କ ପଡୋଶୀ ଅଭିଯୁକ୍ତ ବାବୁଲି ମହାକୁଡ ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ି ସନ୍ଦେହରେ ତାଙ୍କୁ ହତ୍ୟା କରିଥିବାର ସୂଚନା। ହତ୍ୟା ପରେ ଗାଁ ଲୋକେ ବାବୁଲିକୁ ଅଟକ ରଖି ବଡ଼ସାହି ଥାନା ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ବାବୁଲିକୁ ଗିରଫ କରିବା ସହିତ ଶବ ଜବତ କରି ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ପରବର୍ତ୍ତୀ ତଦନ୍ତ କରାଯିବ ବୋଲି ବଡ଼ସାହି ଆଇ.ଆଇ.ସିଙ୍କ ସୂଚନା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking