ଦିଗପହଣ୍ଡି: ଦିଗପହଣ୍ଡିରୁ ଏକ ହୃଦୟବିଦାରକ ଘଟଣା ସମ୍ନାକୁ ଆସିଛି । କିରୋସିନି ଢାଳି ନିଜକୁ ଜାଳି ଦେଇଛନ୍ତି ଜଣେ ବୃଦ୍ଧ । ଘଟଣାଟି ସାନଖେମୁଣ୍ଡି ବ୍ଲକ ବଢିଉସ୍ତା ଗାଁରେ ଘଟିଛି । ଏପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପାଟପୁର ପୋଲିସ । ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।









